ମେଷ: ଆପଣ ଧୈର୍ଯ୍ୟ ଧରି କାମ କରନ୍ତୁ। ସବୁ ଅଶାନ୍ତି ଦୂର ହୋଇଯିବ। ରାଜନୀତିରେ ସଫଳତା ପାଇବେ। ବ୍ୟାଙ୍କର ଋଣ ସମ୍ବନ୍ଧୀୟ କୌଣସି କାମ ପୂରା ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଘରେ କୌଣସି ବିବାଦ ହୋଇପାରେ। କୋର୍ଟ କଚେରି ମାମଲାରେ ପଶିପାରନ୍ତି।
ମିଥୁନ: ଆପଣ ସକାରାତ୍ମକ ଶକ୍ତିରେ ଭରପୂର ରହିବେ। ସମାଜରେ ଆପଣଙ୍କର ଯଶ ଖ୍ୟାତି ବଢ଼ିବ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ।
କର୍କଟ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଇଂଜିନିୟରଙ୍କୁ ଲାଭ ମିଳିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ କଥା ହେବେ। ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ।
ସିଂହ: ଅଫିସରେ କୌଣସି କାମରେ ବାଧା ଉତ୍ପନ୍ନ ହୋଇପାରେ। ଭାଗୀଦାରିରେ କରୁଥିବା କାମରୁ ଆପଣଙ୍କୁ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।
କନ୍ୟା: ଆପଣ ନିଜ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ପ୍ରେମିକପ୍ରେମିକା ସୁଖଦ ସମୟ ଅତିବାହିତ କରିବେ।
ତୁଳା: ଆପଣ ବିଶେଷ କାମ ପ୍ରଥମେ ସମାପ୍ତ କରିବେ। କୌଣସି ନୂଆ ସ୍ରୋତରୁ ଆପଣଙ୍କୁ ଧନଲାଭ ହେବ। ସାଥୀଙ୍କ ଭାବନାକୁ ବୁଝିବେ। ସମ୍ବନ୍ଧରେ ମଧୁରତା ଆସିବ।
ବିଛା: କୌଣସି କାମ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଘରେ ସନ୍ତୋଷଭରା ଦିନଟିଏ ଅତିବାହିତ କରିବେ।
ଧନୁ: ଆପଣଙ୍କ ସମ୍ମୁଖକୁ ଭଲ ଅବସର ଆସିବ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।
ମକର: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ପରିଜନଙ୍କ ସହିତ ଗମ୍ଭୀର ବିଷୟରେ କଥା ହେବେ। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ଧୈର୍ଯ୍ୟ ଧରି କାମ କରନ୍ତୁ। ଅଚାନକ ଧନଲାଭ ହେବ। ସନ୍ତାନର ଉନ୍ନତି ସୁନିଶ୍ଚିତ ହେବ। ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ।
ମୀନ: ଜୀବନକୁ ଉତ୍କୃଷ୍ଟ କରିବା ପାଇଁ କିଛି ନୂଆ ରଚନାତ୍ମକ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।