ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ ଅଶାନ୍ତି ମୁକ୍ତ ରହିବ। ଲୋକମାନଙ୍କ ସହ ମହତ୍ତ୍ବପୂର୍ଣ୍ଣ କଥା ଆଲୋଚନା କରିବାର ସୁଯୋଗ ପାଇବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

ବୃଷ: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଛାତ୍ରଙ୍କୁ ସହପାଠୀଙ୍କ ସହଯୋଗ ମିଳିବ।

ମିଥୁନ: ଆପଣ ନିଜ କଥାରେ ଲୋକଙ୍କ ମନକୁ ପ୍ରଭାବିତ କରିପାରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଦୀର୍ଘ ଦିନର ଘରୋଇ ସମସ୍ୟା ଦୂର ହେବ।

କର୍କଟ: ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ। ଜମି ସମସ୍ୟାର ସମାଧାନ ହୋଇଯିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

ସିଂହ: ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ। ଚାକିରି ପରିବର୍ତ୍ତନ ପାଇଁ ଦିନଟି ଭଲ। ଛାତ୍ରମାନେ ଏକାଗ୍ରତାର ସହ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ।

କନ୍ୟା: ଚାକିରିରେ ନୂଆ ଦାୟିତ୍ବ ମିଳିବ। ଅଚାନକ କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ। ବ୍ୟବସାୟରେ ଭଲ ଲାଭ ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।

ତୁଳା: କୌଣସି କାମକୁ ନୂଆକରି ମୂଳରୁ ଆରମ୍ଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଯୋଗୁଁ ପରିବାରରେ ଅଶାନ୍ତି କମିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ।

ବିଛା: କାର୍ଯ୍ୟକ୍ଷେତ୍ରରେ ଆମଦାନି ବୃଦ୍ଧିର ସୁଯୋଗ ପାଇବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ଆନନ୍ଦମୟ ସମୟ କାଟିବେ। ଲୁଗା ଦୋକାନ ଖୋଲିବା ପାଇଁ ଦିନଟି ଭଲ।

ଧନୁ: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ଅଫିସରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ମକର: ଆପଣଙ୍କର ପରାକ୍ରମ ବଢ଼ିବ। କୌଣସି ଜରୁରୀ କାମରେ ଦୂର ସ୍ଥାନକୁ ଯିବେ। ଚାକିରିଆଙ୍କର ଏଭଳି ସ୍ଥାନକୁ ବଦଳି ହେବ ଯାହାଦ୍ବାରା ଯାଆସରେ ଅସୁବିଧା ହୋଇପାରେ।

କୁମ୍ଭ: ଅଯଥା କଥାଠୁଁ ନିଜକୁ ଦୂରରେ ରଖନ୍ତୁ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ବ୍ୟବସାୟ ବିଷୟରେ ବନ୍ଧୁ ସହିତ କଥାବର୍ତ୍ତା ହେବେ। ଗୃହିଣୀଙ୍କୁ ସ୍ବାମୀଙ୍କ ସହଯୋଗ ମିଳିବ।

ମୀନ: ପୂର୍ବର ଚିନ୍ତା ସମାପ୍ତ ହେବ। ନିଜର ଭାବନା ଓ ଯୋଜନାକୁ କ୍ରିୟାନ୍ବିତ କରିବା ପାଇଁ ଲଗାତାର ପ୍ରୟାସ କରିବେ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ।

ସମ୍ବନ୍ଧିତ ଖବର