ଛୁଟି କାଟୁଛନ୍ତି ବିରୁଷ୍କା, ଫଟୋ ଟୁଇଟ୍ କଲେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବିଶ୍ରାମ ନେଇଛନ୍ତି। ଛୁଟି ମିଳିବା ମାତ୍ରେ ବିରାଟ ଏବେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସମୟ କାଟୁଛନ୍ତି। ଛୁଟିରେ ଯିବା ପରେ ସେ ଅନୁଷ୍କାଙ୍କ ସହ ନିଜର ଏକ ‌ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି।

ବିରାଟ ଟୁଇଟ୍ କରିଥିବା ଫଟୋରେ  ଉଭୟ କାଜୁଆଲ୍‌ ପୋଷାକରେ ଥିବାବେଳର ଏହି ଫଟୋ‌ର ପ୍ରଚ୍ଛଦପଟରେ ସମୂଦ୍ରତଟ ଏବଂ ପାହାଡ଼ ରହିଛି। ଫଟୋକୁ ସେ ଅନୁ‌ଷ୍କାଙ୍କୁ ଟ୍ୟାଗ୍‌ କରିବା ସହ ପ୍ରେମର ପ୍ରତୀକ ହୃଦୟର ଇମୋଜି ଗଢ଼ିଥିଲେ। ଯାହାକୁ ୨୦୦୦ରୁ ଊର୍ଧ୍ବ ରିଟ୍ବିଟ୍‌ ମିଳିଥିଲା ‌ବେ‌ଳେ ୪୪,୦୦୦ରୁ ଅଧିକ ପ୍ରଶଂସକ ପସନ୍ଦ କରିଥିଲେ। କିଛି ପ୍ରଶଂସକ ମଧ୍ୟ ଏହା ଉପରେ ନିଜର ମତ ରଖିଥିଲା ବେଳେ ଜଣେ ଲେଖିଥିଲେ ‘ଗୋଲ୍‌’ ଏବଂ ଆଉ ଜଣେ ‘ଅତିସୁନ୍ଦର ଯୋଡ଼ି’ ଲେଖିଥିଲେ। ଗତ ଜାନୁଆରିରେ ମଧ୍ୟ ବିରାଟ ଏଭଳି ସମାନ ପ୍ରଚ୍ଛଦପଟ ଥିବା ଫଟୋ ପୋଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର