ପ୍ରଥମ ଥର ପାଇଁ ପୁଅଟିଏ ଝିଅର ହାତ ଧରିଲା ବେଳେ ଝିଅମାନଙ୍କ ମନ ଭିିତରେ କି ଧରଣର ପତ୍ରିକ୍ରିୟା ସୃଷ୍ଟି ହୋଇଥାଏ ଜାଣନ୍ତୁ….
ଭଲପାଇବାର ଅନୁଭବ ହେଉଛି ଦୁନିଆର ସବୁଠାରୁ ନିଆଁରା ଅନୁଭବ । ସମସ୍ତେ ନିଜ ଜୀବନରେ ଯେତେବେଳେ ପ୍ରଥମ ଥର ପାଇଁ ପ୍ରେମକୁ ଅନୁଭବ କରନ୍ତି, ସେ ସମୟ ସବୁଠାରୁ ଖାସ୍ ସମୟ ହୋଇଥାଏ । କିଛି ନୂଆ ଅନୂଭବ ସହ ସେମାନେ ନୂଆ ନୂଆ ପରିଚିତି ହୋଇ ଥାଆନ୍ତି । ସେ ସମୟରେ ସେମାନଙ୍କ ସହ ପ୍ରଥମ ଥର ସବୁ ହେଉଥାଏ । କିଛି ଭୁଲ କରିବାର ଡ଼ର, ଜଣଙ୍କ ପାଇଁ ନିଜ ହୃଦୟ ଦେଇ ସାରିବା ପରେ ତା ପାଇଁ ସବୁ କିଛି କରିବାର ଇଚ୍ଛା ମନ ଭିତରେ ଆସିଥାଏ । ତେବେ ସେ ସମୟରେ ସବୁ କିଛି ନୂଆ ହେଉଥିବା ବେଳେ ଯେତେବେଳେ ଆପଣ ଆପଣଙ୍କର ପ୍ରେମିକାର ହାତ ପ୍ରଥମ ଥର ପାଇଁ ଧରନ୍ତି, ସେତେବେଳେ ଆପଣଙ୍କ ପ୍ରେମିକାଙ୍କ ମନରେ ଅନେକ କିଛି ଚାଲିଥାଏ । ତେବେ ସେ ବିଷୟରେ ଆପଣ ଜାଣିଛନ୍ତି କି?ଯଦି ନାଁ?ତେବେ ଆସନ୍ତୁ ଜାଣିବା ସେ ବିଷୟରେ…
Sambad is now on WhatsApp
Join and get latest news updates delivered to you via WhatsApp
ପାର୍କରେ ବୁଲିବା ବେଳେ ଯେତେବେଳେ ଗୋଟେ ପୁଅ ଗୋଟେ ଝିଅର ହାତକୁ ଧରିନିଏ,ସେତେବେଳେ ଝିଅଟି କିଛି ସମୟ ପାଇଁ ଅଟକି ଯାଏ । ତା’ର ହୃଦୟର ସ୍ପନ୍ଦନ ବଢ଼ିବାକୁ ଲାଗିଥାଏ । ସେମାନଙ୍କ ମନରେ ସମୁଦ୍ରର ଢ଼େଉ ଜୋର୍ରେ ଲହରୀ ଭାଙ୍ଗିବାକୁ ଲାଗିଥାଏ । ଯେତେବେଳେ ପୁଅଟି ଝିଅର ହାତ ଧରେ ସେତେବେଳେ ଝିଅଟି ଦୁନିଆର ସବୁଠାରୁ ଧନୀ ଏବଂ ସବୁଠାରୁ ସୁଖୀ ବୋଲି ଅନୁଭବ କରିଥାଏ । ଯେତେବେଳେ ରାସ୍ତା ପାର ହେଉଥିବା ବେଳେ ପୁଅଟି ଝିଅର ହାତ ଧରିଥାଏ, ସେତେବେଳେ ଝିଅକୁ ଆଉ ନିଜ ପାଇଁ ଚିନ୍ତା କରିବାକୁ ପଡ଼ି ନଥାଏ । ଏଥର ତା’ର ଯତ୍ନ ନେବା ପାଇଁ କିଏ ଆସିଗଲା ବୋଲି ସେ ଭାବି ନେଇଥାଏ । ଯଦି ଜଣେ ପୁଅ ଜଣେ ଝିଅର ହାତକୁ ସବୁବେଳେ ଧରି ରହିଥାଏ, ସେତେବେଳେ ଝିଅଟି କିଛି ବିଷୟରେ ଭାବିବା ବନ୍ଦ କରି ଦେଇଥାଏ । ତା’କୁ କୌଣସି ଜିନିଷର ଚିନ୍ତା ରହି ନଥାଏ । ଏହା ସହ ସେମାନଙ୍କର ନିଜ ଉପରେ ଆତ୍ମବିଶ୍ୱାସ ଆହୁରି ବଢ଼ି ଯାଇଥାଏ ।