କେଶରୁ ବ୍ୟକ୍ତିତ୍ୱ: ଜାଣନ୍ତୁ ଆପଣଙ୍କ କେଶ ଆପଣଙ୍କ ବିଷୟରେ କ’ଣ କହେ

ଆପଣ ଜାଣନ୍ତି କି କେବଳ ମୁଖମଣ୍ଡଳ ନୁହେଁ ବରଂ କେଶ ଶୈଳୀରୁ ବି ଜାଣିହେବ ବ୍ୟକ୍ତିର ବ୍ୟକ୍ତିତ୍ୱ। ଏଠାରେ ଉଭୟ ପ୍ରାକୃତିକ ଓ ସଜା ଯାଇଥିବା କେଶ ବିଷୟରେ କୁହାଯାଉଛି। ମହିଳାମାନେ ବିଭିନ୍ନ ଢଙ୍ଗରେ ନିଜ କେଶକୁ ସଜାଇ ଥାଆନ୍ତି। ସେହି ସଜାରୁ ଏବଂ ପ୍ରକୃତିକ କେଶରୁ ଜାଣିବାକୁ ମିଳିବ ମହିଳାଙ୍କ ବ୍ୟକ୍ତିତ୍ୱ କିପରି। ତେବେ ଚାଲନ୍ତୁ ଆଜି ସେ ସଂପର୍କରେ ଆଲୋଚନା କରିବା।

ଖୁବ୍‌ ସାନ କେଶ ରଖୁଥିବା ମହିଳାମାନେ କଳାତ୍ମକ ହୋଇଥାନ୍ତି। ସେମାନେ ନିଜର କେଶ ଜରିଆରେ ନିଜର ବ୍ୟକ୍ତିତ୍ୱ ଦେଖାଇବାକୁ ଚେଷ୍ଟା କରିଥାନ୍ତି।

ଲମ୍ବା କେଶ ରଖୁଥିବା ମହିଳାଙ୍କୁ ନେଇ ଭିନ୍ନ ମତ ରହିଛି। କେତେକ ମହିଳା ଭାବନ୍ତି ଲମ୍ବା କେଶ ତାଙ୍କ ବ୍ୟକ୍ତିିତ୍ୱକୁ ଅଧିକା ଆକର୍ଷଣୀୟ କରିଥାଏ।

କହରିଆ କେଶର ମହିଳାମାନେ ଏତେଟା ସୌନ୍ଦର୍ଯ୍ୟପ୍ରେମୀ ନୁହଁନ୍ତି। ଭଗବାନଙ୍କ ସୃଷ୍ଟି ଯେପରି ସେ ତାହାକୁ ହସି ହସି ଗ୍ରହଣ କରିଥାନ୍ତି।

କେତେକ ମହିଳା ନିଜ କେଶକୁ ବିଭିନ୍ନ ରଂଗ କରିଥାନ୍ତି। ସେମାନେ ଲୋକଙ୍କ ଭାବନାକୁ ଏତେଟା ଗୁରୁତ୍ୱ ଦେଇନଥାନ୍ତି। ନିଜ ହିସାବରେ ବଞ୍ଚିବାକୁ ପସନ୍ଦ କରନ୍ତି।

ଯାହାର କେଶ କୁଞ୍ଚୁ କୁଞ୍ଚିଆ ସେମାନେ ଖୁବ୍‌ ଆତ୍ମବିଶ୍ୱାସୀ। କୌଣସି ବି ପରିସ୍ଥିତିରେ ଭାଙ୍ଗି ପଡିଥିବା ପରି ଦିଶୁଥିଲେ ବି ବାସ୍ତବରେ ସେମାନେ ଭାରି ସାହସୀ।

ଯାହାଙ୍କ କେଶ ଖୁବ୍‌ ମୋଟା ସେମାନେ ଟିକେ ଦୟାଳୁ ସ୍ୱଭାବର। ପରଉପକାର କରିବାକୁ ଭାରି ଭଲପାନ୍ତି ସେମାନେ।

ସମ୍ବନ୍ଧିତ ଖବର