ଯୁଗ ଆଧୁନିକ ହେଉଛି। ଲୋକଙ୍କ ଚିନ୍ତାଧାରାରେ ବି ପରିବର୍ତ୍ତନ ଘଟୁଛିି। ବେଳେ ବେଳେ ଏମିତି ଲାଗିଥାଏ ଯେ ପୂର୍ବକାଳର ଲୋକଙ୍କ ଚିନ୍ତାଧାରା ଅପେକ୍ଷା ଯେମିତି ଆମ ଚିନ୍ତାଧାରା ଢେର୍ ଉନ୍ନତ। ସେମାନଙ୍କ ତୁଳନାରେ ଆମେ ଅଧିକ ଆଧୁନିକ। ମାତ୍ର ନିମ୍ନରେ କେତୋଟି କଥା ବର୍ଣ୍ଣନା କରାଯାଇଛି। ଯାହା ପଢ଼ିବା ପରେ ଆପଣ ଜାଣିପାରିବେ ଯେ ସେବେକାର ଲୋକେ ଢେର୍ ଉଚ୍ଚମନା ଥିଲେ;ବିଶେଷ କରି ନାରୀମାନଙ୍କୁ ନେଇ।
Sambad is now on WhatsApp
Join and get latest news updates delivered to you via WhatsApp
-ପୂରାତନ ସମୟରେ ନାରୀମାନଙ୍କ ନିମନ୍ତେ ସ୍ୱୟଂବର କରାଯାଇ ନିଜ ଜୀବନସାଥୀ ବାଛିବାର ସୁଯୋଗ ଯିଆଯାଉଥିଲା।
-ସେ ସମୟରେ ନାରୀଙ୍କ ସତୀତ୍ୱକୁ ନେଇ କୌଣସି ପ୍ରକାର ପ୍ରଶ୍ନ ଉଠାଇବାର ଅଧିକାର କାହାରିକୁ ଦିଆଯାଇ ନ ଥିଲା।
-ପୁରାଣ ଯୁଗରେ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଅଧିକ ପରିମାଣର ଶିକ୍ଷା ଲାଭ କରୁଥିଲେ। ନାରୀଙ୍କ ଉଚ୍ଚଶିକ୍ଷା ଲାଭକୁ ନେଇ କେହି ଆପତ୍ତି କରୁ ନଥିଲେ।
-ସେତେବେଳେ ନାରୀଙ୍କ ନିକଟରେ ରୋଜଗାର କରିବା ସହିତ ନିଜ ହିସାବରେ ଖର୍ଚ୍ଚ କରିବାର ସ୍ୱାଧୀନତା ମଧ୍ୟ ଦିଆଯାଉଥିଲା।
-ମହିଳାଙ୍କ ଇଚ୍ଛା ବିରୋଧରେ କେହି ତାଙ୍କୁ ଛୁଇଁଲେ ଧର୍ତ୍ତବ୍ୟ ଅପରାଧ ବୋଲି ଗଣତି କରାଯାଇ ଯଥାସାଦ୍ଧ୍ୟ ଦଣ୍ଡ ଦିଆଯାଉଥିଲା।
-କେଉଁ ନାରୀ ପ୍ରତି କାମନା ଯାତ ହେଲେ ଯଦି ନାରୀର ଅନୁମତି ନ ମିଳେ ସେ ପରିସ୍ଥିତିରେ ପୁରୁଷମାନେ ନିଜର କାମନାକୁ ଆୟତ୍ତରେ ରଖୁଥିଲେ। ଏପରିକି ନିଜ ପତ୍ନୀଙ୍କୁ ମାରପିଟା କରିବାର ଅଧିକାର ମଧ୍ୟ ସେ କାଳର ସ୍ୱାମୀଙ୍କ ପାଖରେ ନ ଥିଲା।
-ନିଜ ବାପାମାଆ ବୁଢ଼ା ହେବା ପରେ ସେମାନଙ୍କ ଦାୟିତ୍ୱ ନେବାର ଅଧିକାର ଉଭୟ ପୁଅ ଝିଅଙ୍କ ପାଖରେ ରହୁଥିଲା।
– ଯେକୌଣସି କଳା ପ୍ରଦର୍ଶନକୁ ଉପଯୁକ୍ତ ସମ୍ମାନ ଦିଆଯାଉଥିଲା। କଳାରେ ଦର୍ଶିତ ଆଲିଙ୍ଗନ, ଚୁମ୍ବନ ଓ ସମ୍ବୋଗ ଆଦିକୁ ଜୀବନର ଅଂଶ ଭାବେ ଗ୍ରହଣ କରାଯାଇ ସମ୍ମାନ ପ୍ରଦର୍ଶନ କରାଯାଉଥିଲା।
-ପୁନଃର୍ବିବାହ କରିବାର ଅଧିକାର ମହିଳାଙ୍କ ନିକଟରେ ରହୁଥିଲା।