ହୃଦଘାତ ଏବଂ ବୟସ୍କମାନଙ୍କ ମୃତ୍ୟୁ ହାର ବଢ଼ାଉଛି ‘ସୁଗାର୍ ଫ୍ରି’; ହୁ

ନୂଆଦିଲ୍ଲୀ: ଓଜନ ହ୍ରାସ କରିବା ପାଇଁ ଅନେକ ଲୋକ ସୁଗାର୍ ଫ୍ରି ମିଠାର ବ୍ୟବହାର କରନ୍ତି, କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ଶରୀରର ଓଜନକୁ ନିୟନ୍ତ୍ରଣ କରିବା ପାଇଁ କିମ୍ବା ଅଣ ସଂକ୍ରାମକ ରୋଗର ଆଶଙ୍କା କମାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁଗାର୍ ଫ୍ରି ମିଠା ବ୍ୟବହାର ନକରିବାକୁ ଚେତାବନୀ ଦେଇଛି । ସୁଗାର୍ ଫ୍ରି ମିଠା (ଏନ୍ଏସଏସ୍) ବ୍ୟବହାର ବୟସ୍କ କିମ୍ବା ପିଲାମାନଙ୍କ ଶରୀରର ଓଜନ ହ୍ରାସ କରିବା ପାଇଁ କୌଣସି ଲାଭ ହୋଇନଥାଏ ।

‘ହୁ’ ର କହିବା ଅନୁଶାରେ ସୁଗାର୍ ଫ୍ରିର ଅଧିକ ବ୍ୟବହାର ଦ୍ଵାରା ଅନେକ କ୍ଷତିକାରକ ପ୍ରଭାବ ପକାଇପାରେ ଯେପରିକି ଟାଇପ୍-୨ ମଧୁମେହ, ହୃଦଘାତ ଏବଂ ବୟସ୍କମାନଙ୍କ ମୃତ୍ୟୁ ହାର। ‘ହୁ’ ର ପୋଷଣ ଏବଂ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଫ୍ରାନ୍ସିସ୍କୋ ବ୍ରାଙ୍କା କହିଛନ୍ତି ଯେ ଖାଦ୍ୟ କିମ୍ବା ପାନୀୟରେ ମିଶାଯାଇଥିବା ଯେକୌଣସି ପ୍ରକାରର ମିଠା ବଦଳରେ ଅଧିକ ଦିନ ସୁଗାର୍ ଫ୍ରି ବ୍ୟବହାର କରିବା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ ।

ସୁଗାର୍ ଫ୍ରି ବ୍ୟବହାର କରିବା ଲୋକମାନେ ଅନ୍ୟ ଉପାୟ ଗୁଡ଼ିକୁ ଆପଣେଇବା ଆବଶ୍ୟକ । ଉଦାହରଣ ସ୍ୱରୂପ, ଯାହା ପ୍ରାକୃତିକ ଭାବରେ ମିଠା, ଯେପରିକି ଫଳ, କିମ୍ବା ଫଳ ରସ ଭଳି ଖାଦ୍ୟ ଖାଇବା ଆବଶ୍ୟକ । ସେ ଆହୁରି କହିଛନ୍ତି ଯେ, ସୁଗାର୍ ଫ୍ରି ଖାଦ୍ୟରେ ଏକ ଜରୁରୀ ଉପାଦାନ ନୁହେଁ ଏବଂ ଏହାର ପୁଷ୍ଟିକର ମୂଲ୍ୟ ନାହିଁ । ଆଗୁଆ ସ୍ଵାସ୍ଥ୍ୟର ଯତ୍ନ ପାଇଁ ଜୀବନର ଆରମ୍ଭରୁ ମିଠା କମ୍ ଖାଇବା ଉଚିତ୍।

ସମ୍ବନ୍ଧିତ ଖବର