ଫନିରୁ ବର୍ତ୍ତିଥିଲା, କାଟିନେଲେ ଦୁର୍ବୃତ୍ତ : ଏୟାରପୋର୍ଟ କ୍ୟାମ୍ପସରୁ ବେଧଡ଼କ ଭାବେ ବିଭିନ୍ନ କିସମର ଦାମୀ ଗଛକୁ କାଟି ନେଉଛନ୍ତି ଦୁର୍ବୃତ୍ତ

ପୁରୁଣା ଭୁବନେଶ୍ବର : ଫନି ରାଜଧାନୀର ସବୁଜିମାକୁ ଉଜାଡ଼ି ଦେଇଥିଲା। ଯେଉଁ କିଛି ଗଛ ବାତ୍ୟାର ପ୍ରକୋପରୁ ରକ୍ଷା ପାଇଯାଇଥିଲା, ତାହା ଉପରେ ଏବେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଏହା କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ରାଜଧାନୀର ଅନ୍ୟତମ ଭିଆଇପି ଅଞ୍ଚଳ ଭାବେ ଜଣାଶୁଣା ଏୟାରପୋର୍ଟ କ୍ୟାମ୍ପସରୁ ବେଧଡ଼କ ଭାବେ ଗଛ କଟା ଚାଲିଛି। ଦିନ ଦି’ପହରରେ ଏୟାରପୋର୍ଟ କ୍ୟାମ୍ପସରେ ଥିବା ବିଭିନ୍ନ କିସମର ଦାମୀ ଗଛକୁ ଦୁର୍ବୃତ୍ତମାନେ କାଟି ନେଉଛନ୍ତି। ଜନଗହଳି ରାସ୍ତାକଡ଼ରେ ଏଭଳି ଘଟଣା ଘଟି ଚାଲିଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ହୋଇଛି। ଏୟାରଫିଲଡ୍‌ ଥାନା ଅଧୀନ ଏହି ଅଞ୍ଚଳ ସିଆର୍‌ପିଏଫ୍‌ ଅଧୀନରେ ରହିଛି। ତେବେ ଏୟାରପୋର୍ଟକୁ ଯିବା ରାସ୍ତାରେ ପାଚେରି ଗ୍ରିଲ୍‌ ଭାଙ୍ଗିଯାଇଥିବାରୁ ଦୁର୍ବୃତ୍ତମାନେ କ୍ୟାମ୍ପସ ଭିତରେ ସହଜରେ ପଶି ପାରୁଛନ୍ତି। ସେମାନେ ସେଠାରୁ ମନଇଚ୍ଛା ଗଛ କାଟି ନେଉଛନ୍ତି। ଏ ସମ୍ପର୍କରେ ଏୟାରପୋର୍ଟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର