ଯୁବକର ଉନ୍ମତ୍ତକାଣ୍ଡ, ଛୁରାମାଡ଼ରେ ୨ ଆହତ

ଭୁବନେଶ୍ବର : ଯୁବତୀଙ୍କୁ କମେଟ ମାରିବାକୁ ନେଇ ବିବାଦ ହେବା ପରେ ଭିଏସଏସ ନଗର ଅଂଚଳରେ ଜଣେ ଯୁବକ ଛୁରାମାଡ଼ କରିଛି । ଏହି ଘଟଣାରେ ସହିଦନଗର ତେଲୁଗୁ ବସ୍ତିର ଦୁଇଜଣ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଆକ୍ରମଣକାରୀ ଶିବ ପ୍ରସାଦ ସାହୁଙ୍କୁ ଗିରଫ କରିଛି  ପୋଲିସ । ତା’ ଘର ଝାଡଖଣ୍ଡରେ ବୋଲି ଜଣାପଡ଼ିଛି

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ କମେଣ୍ଟମରାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ଝଗଡା । ବାଣୀବିହାର ରେଳ ଷ୍ଟେସନରେ ଦୁଇ ଯୁବତୀଙ୍କୁ ଅଭିଯୁକ୍ତ ଶିବ ପ୍ରସାଦ କମେଣ୍ଟ ମାରିବାରୁ କିଛି ସ୍ଥାନୀୟ ଲୋକ ତାହାର ବିରୋଧ କରିଥିଲେ । ଏହାକୁ ନେଇ ଅଭିଯୁକ୍ତ ଓ ସ୍ଥାନୀୟଲୋକଙ୍କ ଭିତରେ ବଚସା ହୋଇଥିଲା । ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କଲାବେଳେ ସ୍ଥାନୀୟ ଲୋକ କାବୁ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ପାଖରେ ରଖିଥିବା ଏକ ଛୁରୀରେ ଆକ୍ରମଣ କରିଥିଲା

ସମ୍ବନ୍ଧିତ ଖବର