୨ କୁଖ୍ୟାତ ମନ୍ଦିର ଲୁଟେରା ଗିରଫ

କାର୍‌, ଲୁଟ୍‌ ସାମଗ୍ରୀ ଜବତ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଞ୍ଚଳର ତିନି ତିନିଟି ମନ୍ଦିରରୁ ଲୁଟିଥିବା ଏକ ଗ୍ୟାଙ୍ଗ୍‌ର ୪ କୁଖ୍ୟାତ ଲୁଟେରା ପୁଲିସ ପଞ୍ଝାରେ ପଡ଼ିଛନ୍ତି। ଗ୍ୟାଙ୍ଗ୍‌ର ୨ ଜଣ ବାଳକାଟି ଫାଣ୍ଡି ପୁଲିସ ହାବୁଡ଼ରେ ପଡ଼ିଥିବା ବେଳେ ୨ ଜଣଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ବାଳକାଟି ଫାଣ୍ଡି ପୁଲିସ ଗିରଫ କରିଥିବା ଦୁଇ ଲୁଟେରା ହେ‌ଲେ ସେକ୍‌ ଆନସ (୨୬) ଓ ସେକ୍‌ ରମଜାନ(୨୮)। ସେହିଭଳି ଖାରବେଳନଗର ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ୨ ଲୁଟେରା ହେଲେ ଶାନ୍ତିନଗର ବସ୍ତିର ସେକ୍‌ ହାମିଦ୍‌ ଓ ସେକ୍‌ ରାଜେଶ।

ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ନିକଟରୁ ଗୋଟିଏ କାର୍‌ ଓ ମନ୍ଦିରରୁ ଲୁଟ୍‌ ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ପୁଲିସ ସୂଚନାନୁସାରେ ରଣପୁର, ଲୁଣା ଓ ଅଞ୍ଜିରା ଗ୍ରାମ ମହାଦେବ ଓ ଗ୍ରାମ ଦେବତୀ ମନ୍ଦିରରୁ ଏହି ଗ୍ୟାଙ୍ଗ୍‌ ବିଭିନ୍ନ ପୂଜା ଉପକରଣ ଓ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ କରିଥିଲେ।

ସମ୍ବନ୍ଧିତ ଖବର