ବିସ୍କୁଟ କାରଖାନାରୁ ୨୮ ଜଣଙ୍କ ସମେତ ଭୁବନେଶ୍ୱରରୁ ୨୯୫ ଜଣ କରୋନା ପଜିଟିଭ୍‌

ରାଜଧାନୀରୁ ସୁସ୍ଥ ହେଲେ ୧୫୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଚନ୍ଦକା ଅଂଚଳରେ ଥିବା ଏକ ବିସ୍କୁଟ କାରଖାନାରେ ୨୮ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ପୁଲିସ ସିକ୍ୟୁରିଟି ଓ୍ଵିଙ୍ଗ୍‌ରୁ ୩୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥି ସହିତ ଭୁବନେଶ୍ୱରରୁ ଆଜି ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଏପର୍ଯ୍ୟନ୍ତ ୭୦୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ୪୨୧୯ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣଙ୍କର ପ୍ରାଣହାନୀ ଘଟିଛି। କିନ୍ତୁ ୨୭୫୪ ଜଣ ଚିକିତ୍ସାଧୀନ ଅଛନ୍ତି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସଂଗରୋଧରୁ ୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ କେବଳ ଜଣେ ବ୍ୟକ୍ତିଙ୍କର ଯାତ୍ରା ବିବରଣୀ ରହିଛି। କିଟ୍‌ ପରିସରରୁ ୧୧ ଜଣ, ରିଜର୍ଭ ପୁଲିସ କଲୋନିରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ସ୍ଥାନୀୟ ସଂକ୍ରମଣ ଯୋଗୁଁ ୧୪୨ ଜଣ କରୋନା ପଜଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ଚନ୍ଦ୍ରଶେଖରପୁରରୁ ୫ ଜଣ, ଚନ୍ଦ୍ରଶେଖରପୁର ଏଚ୍‌ବି କଲୋନି, ୟୁନିଟ-୮ରୁ ୪ ଜଣ ଲେଖାଏଁ, ଖାରବେଳ ନଗର, ରସୁଲଗଡ଼, ଭିଏସ୍‌ଏସ୍‌ ନଗରରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରୁ ଆଜି ମୋଟ ୧୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଜୟଦେବ ବିହାରସ୍ଥିତ ଏକ ହୋଟେଲରୁ ୧୭ ଜଣ, ବଡ଼ଗଡ଼ ବ୍ରିଟ କଲୋନିରୁ ୧୨ ଜଣ, ଫରେଷ୍ଟ ପାର୍କ ଅଂଚଳରୁ ୮ ଜଣ, ଚିନ୍ତାମଣିଶ୍ୱରରୁ ୫ ଜଣ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧିତ ଖବର