ରାଜଧାନୀ କ‌ଲେଜରେ ଖୋଲିଲା ୬ ପିଜି ପାଠ୍ୟକ୍ରମ

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରାଜଧାନୀ କଲେଜରେ ୬ ପିଜି ପାଠ୍ୟକ୍ରମ ଖୋଲାଯାଇଛି। ସେଗୁଡ଼ିକ ହେଉଛି ରାଜନୀତି ବିଜ୍ଞାନ, ଇଂରାଜୀ ସାହିତ୍ୟ, ଅର୍ଥନୀତି, ସଂସ୍କୃତ, ବାଣିଜ୍ୟ ଓ ଗଣିତ ବିଭାଗ। ସ୍ନାତକ ବିଭାଗରେ ମଧ୍ୟ ଆନ୍ଥ୍ରୋପୋଲୋଜି, ଭୂଗୋଳ, ମନୋବିଜ୍ଞାନ, ପରିସଂଖ୍ୟାନ ଓ କମ୍ପ୍ୟୁଟର ସାଇନ୍ସ ଭଳି ୫ଟି ନୂତନ ପାଠ୍ୟକ୍ରମ ସ୍ଥାନ ପାଇଛି। ତତ୍‌ସହିତ ବାଣିଜ୍ୟ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ଗଣିତ ପ୍ରଭୃତି ଅନର୍ସରେ ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇଛି।

ଉଚ୍ଚଶିକ୍ଷା ବିଭାଗର ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ‌ଅଶୋକ ଚନ୍ଦ୍ର ପଣ୍ଡା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍ ପୂଜାରୀ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଅତିରିକ୍ତ ସଚିବ ବୀ‌ରେନ୍ଦ୍ର କେର୍‌କେରା, ଉପନିର୍ଦ୍ଦେଶକ ରଜତ କୁମାର ମାନସିଂହଙ୍କ ସମେତ ଆଲୁମିନି ସଙ୍ଗଠନର ସମସ୍ତ ସଦସ୍ୟଙ୍କୁ କଲେଜର ଅଧ୍ୟକ୍ଷ ଅରୁଣ କୁମାର ସାମଲ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର