ମଦ୍ୟପ ଯୁବକଙ୍କ ଉତ୍ପାତ

ଭୁବନେଶ୍ବର : ରବିିବାର ରାତି ପ୍ରାୟ ୯ଟା ବେଳେ ଫାୟାର ଷ୍ଟେସନ୍ ଛକରେ ଜଣେ ମଦ୍ୟପ ଉତ୍ପାତ କରିଛି। ଚେକିଂ ବେଳେ ଧରପଡ଼ିବାରୁ ମୁଁ ମନ୍ତ୍ରୀଙ୍କ ପୁଅ ମୋତେ କାହିଁକି ଅଟକାଇଲା, ତମ ବର୍ଦି ଉତାରି ଦେବି ବୋଲି ଧମକ ଦେଇଛି। ଏପରିକି ଚେକିଂ କରୁଥିବା ଟ୍ରାଫିକ ପୁଲିସଙ୍କୁ ଅସଭ୍ୟ ଭାଷାରେ ଗାଳଗୁଲଜ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯୁବକ ଜଣକ ହେଉଛନ୍ତି ଜୀବନ ଜ୍ୟୋତି ମଲ୍ଲିକ। ସେ ନୂଆପଲ୍ଲୀରେ ରୁହନ୍ତି। ଯୁବକ ନିଶାଗ୍ରସ୍ତ ଥିବାରୁ ବିଶେଷ କିଛି ସୂଚନା ମିଳିନଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର