ଆଲୋଚନା ଅପେକ୍ଷାରେ ଏଏନ୍‌ଏମ୍ ସ୍ବାସ୍ଥ୍ୟକର୍ମୀ

୧୭ ଦିନରେ ଆନ୍ଦୋଳନ

ଭୁବନେଶ୍ବର : ଗତ ନଭେମ୍ବର ୨୭ରୁ ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର୍ ପିଏମ୍‌ଜିରେ ଧାରଣାରେ ବସିଥିବା ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ ଆଜି ୧୭ଦିନରେ ପହଞ୍ଚିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କେହି ବି ସମସ୍ୟା ଶୁଣିବାକୁ ତାଙ୍କ ପାଖକୁ ଆସିନଥିବା ସ୍ବାସ୍ଥ୍ୟକର୍ମୀମାନେ କହିଛନ୍ତି। ପ୍ରଥମେ ମହାମାରୀ କରୋନା ସହିତ ଲଢ଼େଇ କରିବାକୁ ଆଗକୁ ଠେଲିଦେଇ ସରକାର ବର୍ତ୍ତମାନ ତାଙ୍କୁ ଅଣଦେଖା କରୁଛନ୍ତି। ରାସ୍ତାକଡ଼ରେ ଶୀତ କାକରରେ ପଡ଼ି ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ ସଂଘର୍ଷ କରୁଥିବା ବେଳେ ସରକାରଙ୍କ ନିରବତା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସ୍ବାସ୍ଥ୍ୟକର୍ମୀମାନେ କହିଛନ୍ତି। ତେବେ ଗତକାଲି ଗୁରୁତର ଅସୁସ୍ଥ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭଦ୍ରକର ସସ୍ମିତା ପାଢ଼ୀ ଆଜି ସୁସ୍ଥ ହୋଇ ପୁଣିଥରେ ଅନଶନରେ ବସିଥିବା ସୂଚନା ମିଳିଛି। ଆଜି ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀଙ୍କୁ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କଂଗ୍ରେସ ନେତା ସୁଦର୍ଶନ ଦାସ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଭେଟି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର