ପୁଲିସ ଏଏସ୍‌ଆଇଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଜେଲ ଗଲେ ଦୁଇ ପରିବାର

ବାଲିଅନ୍ତା: ବାଲିଅନ୍ତା ଥାନା ଏସ୍‌ଆଇ ସୁଧିର ଦାଶଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ମାମଲାରେ ଆଜି ବାଲିଅନ୍ତା ଥାନା ପୁଲିସ ସ୍ଥାନୀୟ ପଞ୍ଚଳ ଗ୍ରାମର ଦୁଇ ଦଳିତ ପରିବାରର ମୋଟ ୧୦ ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଓ ଯୁବତୀ ଅଛନ୍ତି। ଏଥିସହିତ ଘଟଣାରେ ସଂପୃକ୍ତ ଥିବା ଆଉ ଅନେକ ଅଭିଯୁକ୍ତଙ୍କୁ ଧରିବା ପାଇଁ ମଧ୍ୟ ପୁଲିସର ଚଢ଼ଉ ଜାରି ରହିଛି। ଆଜି ଭୋର ସମୟରେ ବାଲିଅନ୍ତା ଥାନା ଅଧିକାରୀ ସୁଜିତ୍‌ ଦାସ ଓ ଏହି ଜୋନ୍‌ର ଏସିପି ଶୁଭେନ୍ଦୁ ସିହ୍ନା ପ୍ରମୁଖ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହିତ ଗ୍ରାମରେ ପହଞ୍ଚି ଅତର୍କିତ ଚଢ଼ଉ କରିଥିଲେ। କୋର୍ଟରେ ମାମଲା ପରିଚାଳନା ଦାୟିତ୍ୱରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସରକାରୀ ଓକିଲ ବିପିନ ବିହାରୀ ଜୟସିଂହ ସେମାନଙ୍କ ଜାମିନ ପାଇଁ ଉଦ୍ୟମ କରିଥିଲେ। ହେଲେ ଜାମିନ ନାମଂଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର