କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରୁ ଚୋରି ଉଦ୍ୟମ

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରୁ ଚୋରି ଉଦ୍ୟମ ହୋଇଛି। ସୋମବାର ଅପରାହ୍‌ଣ ପ୍ରାୟ ୩ଟା ବେଳେ ବିଧାୟକ ଶ୍ରୀ ମିଶ୍ର ମଧ୍ୟାହ୍ନଭୋଜନ ପରେ ବିଶ୍ରାମ ନେଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ କ୍ବାର୍ଟର୍‌ ପାଚେରି ଡେଇଁ ଭିତରେ ପଶିଥିଲେ। ଜିନିଷପତ୍ର ନେବା ପାଇଁ ଉଦ୍ୟମ କରୁଥିବା ବେଳେ କିଛି ସାମଗ୍ରୀ ତଳେ ପଡ଼ିଯିବାରୁ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ୍‌ କନେଷ୍ଟବଳ ଓ ଶ୍ରୀ ମିଶ୍ରଙ୍କ କର୍ମଚାରୀମାନେ ଦୁର୍ବୃତ୍ତଦ୍ବୟଙ୍କୁ ପାଟି କରି ଗୋଡ଼ାଇଥିଲେ ହେଁ ସେମାନେ ପଳାଇଥିଲେ। ଏ ନେଇ ଶ୍ରୀ ମିଶ୍ର କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର