ପଶ୍ଚିମବଙ୍ଗରୁ ଫେରାର ପ୍ରେମୀଯୁଗଳ ବାଳକାଟିରୁ ଉଦ୍ଧାର

ବାଲିଅନ୍ତା : ପଶ୍ଚିମବଙ୍ଗ ହରିପାଲ ଥାନା ପୁଲିସ ଆଜି ବାଲିଅନ୍ତା ପୁଲିସ ସହାୟତାରେ ଏକ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଛି। ଗତ ସପ୍ତାହରେ ହରିପାଲ ଥାନା ଅଞ୍ଚଳର ଜଣେ ୧୫ବର୍ଷୀୟା ନାବାଳିକାକୁ ସେଠାକାର ଜଣେ ଯୁବକ ଅପହରଣ କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା। ବାଳକାଟି ଫାଣ୍ଡି ଅଧୀନ ପୁରୀ ମୁଖ୍ୟ କେନାଲ ଅଞ୍ଚଳରେ ଏହି ପ୍ରେମୀଯୁଗଳ ସପ୍ତାହେ ହେଲା ଜଣେ ସଂପର୍କୀୟଙ୍କ ଘରେ ରହୁଥିଲେ। ଖବର ପାଇ ହରିପାଲ ଥାନାର ଜଣେ ପୁଲିସ ଅଧିକାରୀଙ୍କ ସମେତ ଏକ ୩ଜଣିଆ ଟିମ ବାଲିଅନ୍ତା ଥାନାରେ ପହଞ୍ଚିଥିଲେ। ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କ ସହାୟତାରେ ଉକ୍ତ ଟିମ୍‌ ଭୋର ସମୟରେ ଉକ୍ତ ଘରେ ଚଢ଼ଉ କରି ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର