ସିଇଏସ୍‌ ପକ୍ଷରୁ ବନ ମହୋତ୍ସବ

ଭୁବନେଶ୍ବର: ୭୩ ତମ ବନମହୋତ୍ସବ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନସ୍ଥ ‘ସେଣ୍ଟର ଫର୍ ଏନ୍‌ଭର୍‌ନାଲ୍‌ମେଣ୍ଟାଲ୍ ଷ୍ଟଡିଜ୍‌’(ସିଇଏସ୍‌) ଚଳିତ ମୌସୁମୀ ଋତୁରେ ବୃକ୍ଷରୋପଣ କରିବା ନିମନ୍ତେ ପ୍ରତ୍ୟେକ ଇକୋ-କ୍ଲବର ଛାତ୍ରଛାତ୍ରୀମାନଙ୍କ ସହାୟତାରେ ନିଜ ନିଜର ବିଦ୍ୟାଳୟ ତଥା ଆଖପାଖ ଗ୍ରାମରେ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। ଏହି ଅବସରରେ ବିଜେବିନଗରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମିଡିୟମ୍ ବିଦ୍ୟାଳୟଠାରେ ବନମହୋତ୍ସବ ପାଳିତ ହୋଇଯାଇଛି।

ସିଇଏସ୍‌ ପ୍ରୋଗ୍ରାମ ଅପିସର୍‌ ପ୍ରଭାତ ଦାଶ, ଇନ୍‌ଫର୍‌ମେସନ୍‌ ଅଫିସର୍‌ ପ୍ରଶାନ୍ତ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ସାଧାରଣ ଲୋକଙ୍କ ଭିତରେ ବୃକ୍ଷରୋପଣ ବାବଦରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର