ବାର୍‌ ଖୋଲାଥିଲା, ଯୁବତୀ ବି ନାଚୁଥିଲେ; ବାର୍ ମାଲିକଙ୍କୁ ଜରିମାନା, ୧୨ ଅଟକ

ଭୁବନେଶ୍ବର : ଲୁଇସ୍ ରୋଡ୍‌ସ୍ଥିତ ହୋଟେଲ୍ ଉତ୍କଳ ଇନ୍‌ର ବାର୍‌ରେ ପୁଲିସ୍ ଚଢ଼ଉ କରି ଜରିମାନା ଆଦାୟ କରିଛି। କୋଭିଡ୍ ମାର୍ଗଦର୍ଶିକା ଉଲ୍ଲଂଘନ କରି ବେଆଇନ୍ ଭାବେ ରାତି ଯାଏ ବାର୍ ଖୋଲିବା ଯୋଗୁଁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇଛି। ବାର୍‌ରେ କିଛି ଲୋକ ମଦ୍ୟପାନ କରୁଥିବାବେଳେ ସେମାନଙ୍କ ମନୋରଂଜନ ପାଇଁ ଦୁଇଜଣ ନାଚୁଥିବା ସୂଚନା ମିଳିଥିଲା। ତେଣୁ ପୁଲିସ୍ବା ଚଢ଼ଉ କରି ୧୨ ଜଣଙ୍କୁ ଅଟକ ରଖିବା ସହ ମାଲିକଙ୍କଠାରୁ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲା। ଉଦ୍ଧାର ଦୁଇଜଣ ଝିଅଙ୍କ ପରିଚୟ ଗୋପନ ରଖି ପୁଲିସ ସେମାନଙ୍କୁ ଛାଡ଼ିଦେଇଛି। ତେବେ ଆସନ୍ତାକାଲି ପୁଲିସ୍ ବିଏମ୍‌ସିକୁ ଚିଠି ଲେଖି ବାର୍ ସିଲ୍ କରିବ ବୋଲି ଜଣାପଡ଼ିଛି।

ମହିଳାଙ୍କୁ ହତ୍ୟା ଉଦ୍ୟମ, ଯୁବକ ଗିରଫ
ଭୁବନେଶ୍ୱର : ଜଣେ ମହିଳାଙ୍କୁ ଗାଳି ଗୁଲଜ କରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ବୁଧବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ପଥରବନ୍ଧ ବସ୍ତି ବିଶ୍ୱମ୍ବର ନାୟକ(୨୬)। ଅଭିଯୋଗ ଅନୁସାରେ କୌଣସି କାରଣରୁ ବିଶ୍ବମ୍ବର ଉକ୍ତ ମହିଳାଙ୍କୁ ଗାଳିଗୁଲଜ କରିଥିଲା। ମହିଳା ଜଣକ ପ୍ରତିବାଦ କରିବାରୁ ସେ ଏକ ମାରଣାସ୍ତ୍ର ଧରି ତାଙ୍କୁ ହାଣିଦେବ ବୋଲି ଗୋଡ଼ାଇଥିଲା। ତେବେ ବସ୍ତି ଲୋକେ ମହିଳାଙ୍କୁ ରକ୍ଷା କରିବାକୁ ବାହାରିବାରୁ ବିଶ୍ବମ୍ବର ସେଠାରୁ ଖସି ପଳାଇଥିଲା।

ସମ୍ବନ୍ଧିତ ଖବର