ବିଏମ୍‌ସିର ମୁଁ ସଫେଇବାଲା ଅଭିଯାନରେ ଆରମ୍ଭ ହେଲା ବ୍ୟାରେଲ୍‌ କମ୍ପୋଷ୍ଟିଂ

ଭୁବନେଶ୍ବର : ବିଏମ୍‌ସିର ମୁଁ ସଫେଇବାଲା ଅଭିଯାନରେ ଆଜିଠାରୁ ବ୍ୟାରେଲ୍‌ କମ୍ପୋଷ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଜି ବିଏମ୍‌ସିର ଏକ ସ୍ବତନ୍ତ୍ର ଟିମ୍ ରାଜ୍ୟ ସରକାରଙ୍କ ୭ଜଣ ବରିଷ୍ଠ ଅଧିକାରୀଙ୍କ ସରକାରୀ ବାସଭବନକୁ ଯାଇ ବ୍ୟାରେଲ୍‌ କମ୍ପୋଷ୍ଟିଂ କିପରି ହେବ, ବୁଝାଇଥିଲେ। ଏଥିରେ ମୁଖ୍ୟତଃ ସବୁଜ ଆବର୍ଜନାକୁ ଘରେ ଖତରେ ପରିଣତ କରିବାର ଉପାୟ ରହିଛି। ତେଣୁ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଘରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହାପରେ ପେସାଦାର ସଂସ୍ଥା, ବ୍ୟକ୍ତି, ସାମାଜିକ ସଂଗଠନଗୁଡ଼ିକୁ ସାମିଲ୍‌ କରାଯିବ। ଏହି ବ୍ୟାରେଲ୍ କମ୍ପୋଷ୍ଟିଂ ପାଇଁ ୨୦୦ଲିଟର କ୍ଷମତା ବିଶିଷ୍ଟ ବ୍ୟାରେଲ୍‌, ଇଏମ୍‌ ସଲ୍ୟୁସନ୍ ବା ଗୁଡ଼ ଦହି, ବ୍ଲିଚିଂ ପଡ଼ିନଥିବା ପାଣି, କୁଣ୍ଡା, ଚୋକଡ଼, ରବର ପାଇପ୍ ଆବଶ୍ୟକ। ଏଥିରେ ଶୁଖିଲା ପତ୍ର, ପରିବା ଚୋପା, ଫୁଲ ଇତ୍ୟାଦି ପକାଯିବ। ୧୯ଲିଟର ପାଣିରେ ଏକ କେଜି ଗୁଡ଼ି ଏବଂ ୩୦୦ ଗ୍ରାମ୍ ଦହି ପକାଇ ଏହି କମ୍ପୋଷ୍ଟ ପ୍ରସ୍ତୁତ କରାଯାଇପାରିବ। ଆଜିର ଅଭିଯାନକୁ ବିଏମ୍‌ସିର ଡେପୁଟି କମିସନର ଶୁଭେନ୍ଦୁ ସାହୁ, ସିଟି ହେଲ୍‌ଥ ଅଫିସର ଡାକ୍ତର ବସନ୍ତ କୁମାର ମିଶ୍ର ଏବଂ ନିର୍ବାହୀ ଯନ୍ତ୍ରୀ ପିଏସ୍‌ଏନ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର