ସେଣ୍ଟ୍ରାଲ ବ୍ୟାଙ୍କ୍‌ ଓ ଚୋଲା ମଣ୍ଡଲମ୍‌ ଜେନେରାଲ ଲିମିଟେଡ୍‌ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୧୦୭ତମ ପ୍ରତିଷ୍ଠା ଦିବସ ଅବସରେ ଆଜି ସେଣ୍ଟ୍ରାଲ ବ୍ୟାଙ୍କ, ଚୋଲା ମଣ୍ଡଲମ୍‌ ଜେନେରାଲ ଲିମିଟେଡ୍‌ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ସ୍ଥାନୀୟ ଇନ୍‌ଫୋସିଟିସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରକୁ ବ୍ୟାଙ୍କ୍‌ର ବରିଷ୍ଠ ପ୍ରବନ୍ଧକ ଏସ୍‌.କେ. ଭଟ୍ଟାଚାର୍ଯ୍ୟ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ପରିଚାଳକ ରାମବିଳାସ ଶ୍ରୀବାସ୍ତବ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସେଣ୍ଟ୍ରାଲ ବ୍ୟାଙ୍କ୍‌ ପକ୍ଷରୁ ଇନ୍‌ଫୋସିଟି ଶାଖା ପରିଚାଳକ ପ୍ରିୟଙ୍କା, ଆଞ୍ଚଳିକ ସଂଯୋଜକ ସତ୍ୟଜିତ ସାହୁ, ହିମାଂଶୁ ବିଶ୍ୱାଳ, ପୀତବାସ ସାହୁ ଏବଂ ଚୋଲା ମଣ୍ଡଳମ୍‌ ପକ୍ଷରୁ କ୍ଷେତ୍ର ପ୍ରବନ୍ଧକ ଅନିଲ ମହାନ୍ତି ଓ ଅଶ୍ୱିନୀ ମିଶ୍ର ତଥା ଇନ୍ଦ୍ରକାନ୍ତ, ସୌମ୍ୟ ଓ ଅଶୋକ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଅନୁଷ୍ଠାନର ସମସ୍ତ ସହକର୍ମୀ ତଥା ଅନ୍ୟ ସ୍ୱେଚ୍ଛାରକ୍ତଦାତାଙ୍କ ସମେତ ମୋଟ ୨୫ ଜଣ ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ। ମୁନିସିପାଲିଟି ହସପିଟାଲ ରକ୍ତଭଣ୍ଡାର ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ । ‘ଆମ ଓଡ଼ିଶା’ ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର