ଗ୍ରିନ୍‌ ଚିଲିଜ୍‌ ରେସ୍ତୋରାଁ ଓ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର

୩୪ ଯୁନିଟ୍‌ ସଂଗ୍ରହ

ଖୋର୍ଧା : ଗ୍ରୀନ ଚିଲିଜ୍‌ ହାଇୱେ ରେଷ୍ଟୁରାଣ୍ଟ  ଓ ଆମ ଓଡ଼ିଶା ପକ୍ଷରୁ ମିଳିତଭାବେ ଗ୍ରୀନ ଚିଲିଜ୍‌  ହାଇୱେ ରେଷ୍ଟୁରାଣ୍ଟ, ଖୋର୍ଧାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୩୪ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଅସହ୍ୟ ଖରା ଓ ଗୁଳୁଗୁଳି ପାଗ ସତ୍ତେ୍ଵ  ସ୍ୱେଛାକୃତଭାବେ ରକ୍ତଦାନ କରିବାକୁ ରକ୍ତଦାତାମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା।

‘ରକ୍ତ ବିନା କାହାରିକୁ ମରିବାକୁ ଦିଆଯିବ ନାହିଁ ’ଏହି ଆହ୍ଵାନକୁ ଗ୍ରହଣ କରି ଗ୍ରୀନ ଚିଲିଜ୍‌ ହାଇୱେ ରେଷ୍ଟୁରାଣ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଅନୁଷ୍ଠାନର  ପରିଚାଳନା ର୍ନିଦେଶକ ଏମ କେଶବ ରାଓ ଏବଂ ଏମ୍‌ ତେଜେଶ୍ୱର ରାଓ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ ତାରିକ, ଆଶୀଷ, ମନୋଜ, ସଂଗ୍ରାମ, ଲୋପାମୁଦ୍ରା, ଶକ୍ତି, ସ୍ମୃତି ସାଗରିକା, ପ୍ରଭାକର, ଅମରନାଥ, ବାସୁଦେବ, ସ୍ମୃତି ରଂଜନ, ବିକାଶ, ପ୍ରଦୀପ, ନୂପୁର, ତାପସ, ପ୍ରଶାନ୍ତ, ନରେଶ, ମନୋଜ, ଘନଶ୍ୟାମ, ମାନସ, ମଳୟ, ସେକ ଅନୱାର, ସେକ କରିମ, ଦୁର୍ଯ୍ୟୋଧନ, ସେକ ଜାହାଙ୍ଗୀର, ମଧୁସୂଦନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଧା ରକ୍ତ ଭଣ୍ଡାର ପକ୍ଷରୁ ଡା. ଦ୍ଵାରିକା ନାଥ ଶତପଥୀ,  ଅରୁଣ କୁମାର ସାହୁ, ଅନିରୁଦ୍ଧ ସ୍ୱାଇଁ,ବିତିସ୍ମିତା ପୁହାଣ,ଅମିତା ନାୟକ,  ସୁଷମା ମଲ୍ଲିିକ,ବିଦ୍ୟାଧର ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ‘ସମ୍ବାଦ’ର ଜିଲ୍ଲା ସାମ୍ବାଦିକ ଶ୍ରୀନାଥ ଜେନା ଏଥିରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର