ରାଜଧାନୀରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୧୬୮ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ୧୬୮ଜଣଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୩୫ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀରୁ ୧୮୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୬୮୦ରେ ପହଞ୍ଚିଛି। ସେହିପରି ଆଜିର ସୁସ୍ଥଙ୍କୁ ମିଶାଇଲେ ରାଜଧାନୀରେ ସୁସ୍ଥ ସଂଖ୍ୟା ୧୦୧୨୬୪ରେ ପହଞ୍ଚିଛି। ଏବେ ସୁଦ୍ଧା କରୋନା ସକ୍ରିୟ ସଂଖ୍ୟା ୩୪୦୮ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୯୮୭ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର