ପୁତୁରା ଜାଳିଦେଲା ଖୁଡ଼ି ଘର

ବାଲିଅନ୍ତା : ପାରିବାରିକ କଳହକୁ କେନ୍ଦ୍ର କରି ବାଲିଅନ୍ତା ଥାନା ଅନ୍ତର୍ଗତ ପାରିବାସୁଦେଇପୁର ଗ୍ରାମରେ ଖୁଡ଼ୀ ଘରେ ପୁତୁରା ନିଅାଁ ଲଗାଇ ଦେଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଉପରୋକ୍ତ ଦୁଇ ପରିବାର ମଧ୍ୟରେ ଜାଗାବାଡ଼ିକୁ ନେଇ ଦୀର୍ଘଦିନରୁ ବିବାଦ ଲାଗି ରହିଛି। ଆଜି ପୂର୍ବାହ୍ନରେ ସେମାନଙ୍କ ମଧ୍ୟରେ ପୁନର୍ବାର ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତ ପୁତୁରା ତାଙ୍କ ଘରେ ନିଅାଁ ଲଗାଇ ଦେଇଥିଲେ । ଫଳରେ ଘରେ ଥିବା ବହୁ ମୂଲ୍ୟବାନ ଜିନିଷପତ୍ର ସହିତ ୧୦ବସ୍ତା ଧାନ ଓ ଚାଉଳ ପୋଡ଼ିଯାଇଛି। ଅଭିଯୋଗ ଗ୍ରହଣ କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର