ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ଶିଶୁ ଦିବସ

ଭୁବନେଶ୍ୱର : କଳିଙ୍ଗବିହାର, କେ-୪ ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ଶିଶୁ ଦିବସ ଉତ୍ସବ ସଂଗଠନ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ସଂଗଠନର ସଭାପତି ଗାୟତ୍ରୀ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର୍‌ ଦିଲ୍ଲୀପ କୁମାର ମାଝୀ, ମୁଖ୍ୟବକ୍ତା ଭାବେ ଇଂ. ପ୍ରକାଶ କୁମାର ଜେନା ଓ ସମ୍ମାନିତ ଅତିଥି ଭାବେ କେ-୪ ଓ୍ଵଲଫେୟାର୍‌ ଆସୋସିଏସନ୍‌ର ସଂପାଦକ ସତ୍ୟାନନ୍ଦ ନାୟକ ଯୋଗଦେଇଥିଲେ। ଏହି ଅବସରରେ ଗତ ୧୧ ଓ ୧୨ ତାରିଖରେ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସ୍ନିଗ୍ଧା ମିଶ୍ର ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସବିତା ପୃଷ୍ଟି। ସଂପାଦିକା ମମତା ବିଶ୍ୱାଳ, ସହ-ସଂପାଦିକା କଳ୍ପଲତା ନାୟକ ଓ କୋଷାଧ୍ୟକ୍ଷ ସୁଜାତାରାଣୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଭ୍ୟା ଉର୍ମିଳା ରାଉତ, ମୀରା ରଥ ଓ ସୁଷମା ପରିଡ଼ା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଓଡିଏମ୍‌ ପବ୍ଲିକ୍‌ ସ୍କୁଲ

ଶିଶୁଦିବସ ଉପଲକ୍ଷେ ପଟିଆସ୍ଥିତ ଓଡ଼ିଏମ୍‌ ପବ୍ଲିକ୍‌ ସ୍କୁଲର ପ୍ରି-ପ୍ରାଇମେରୀ ବିଭାଗଦ୍ୱାରା ବାର୍ଷିକ ଉତ୍ସବ ‘ଡାଜ୍‌ଲିଙ୍ଗ୍‌ ଡିଜ୍‌ନି-୨୦୧୭’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଓଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ଅଜିତ୍‌ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ଫୁଡ୍‍ ଫିଏଷ୍ଟା ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ସିନେ ଅଭିନେତା ହରିହର ମହାପାତ୍ର ଏବଂ ଅଖିଳ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶିକା ଇନ୍ଦୁମତି ରାୟ, ବ୍ରହ୍ମାନନ୍ଦ ରାଉତ, ଝିନୁକ୍‌ ଦତ୍ତାରାୟ, ପି କେ ଦାସ, ସ୍ୱୟଂ ସତ୍ୟେନ୍ଦୁ, ରାଜେଶ କୁମାର ପାଢ଼ୀ, ଗୌରୀ ରକ୍ଷିତଙ୍କ ଉପସ୍ଥିତିରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅତିଥିବୃନ୍ଦ ପଣ୍ଡିତ ଜବାହାରଲାଲ୍‌ ନେହରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର