ସରିଲା ଚତୁର୍ବିଂଶତମ ଇଟିକିଲି ମିଟିକିଲି ଉତ୍ସବ

ଭୁବନେଶ୍ବର: ରୟାଲ କଲେଜ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି ପରିସରରେ ଆୟୋଜିତ ଚତୁର୍ବିଂଶତମ ଇଟିକିଲି ମିଟିକିଲି ଉତ୍ସବର ମଞ୍ଚ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ପୂର୍ବତନ ମୁଖ୍ୟ ଆୟକର ଆୟୁକ୍ତ ଶରତ କୁମାର ଦାଶ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଛୋଟ ପିଲାମାନଙ୍କ ମଧ୍ୟରେ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଙ୍ଗୀତ ପ୍ରତିଯୋଗିତାରେ ସାରା ରାଜ୍ୟରୁ ଦୁଇ ବିଭାଗରେ ୬୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ବିଚାରକ ଭାବେ ଗୁରୁ ନିମାକାନ୍ତ ରାଉତରାୟ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ ତ୍ରିପାଠୀ ଓ କଣ୍ଠଶିଳ୍ପୀ ଜେନାମଣି ସଞ୍ଜୀବ କୁମାର ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସଂଧ୍ୟାରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ଦୁଇଟି ବିଭାଗରେ ୮୨ ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। ଦେଶାତ୍ମବୋଧ, ସମ୍ବଲପୁରୀ, ଆଧୁନିକ ଆଦି ବିଭିନ୍ନ ନୃତ୍ୟ ଶୈଳୀରେ ପ୍ରତିଯୋଗୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ବିଚାରକ ଭାବେ ଗୁରୁ ଦେବବ୍ରତ ଦାସ, ଗୁରୁ ପାର୍ଥସାରଥି ଦାଶ ଓ ତପତୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ‌ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସହ-ସଚିବ ଜୟପ୍ରକାଶ ମିଶ୍ର, ସାଂସ୍କୃତିକ ସଂପାଦିକା ଅନିତା ରଥ, ତୃପ୍ତି ବାରିକ, ପ୍ରିୟଦର୍ଶୀ ଶୁଭକାନ୍ତ ଓ ଶିଳ୍ପୀତା ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର