ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ନିକଟତର, ଘରୋଇ ହସ୍ପିଟାଲ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଏକାଧିକ ସଂକ୍ରମିତ

ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ପଜିଟିଭ୍ ଚିହ୍ନଟ ହେବା ପରେ ସଂଖ୍ୟା ୧୯୮ରେ ପହଞ୍ଚିଛି। ତେବେ ରାଜଧାନୀର ଘରୋଇ ଡାକ୍ତରଖାନା କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଏକାଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ରାଜଧାନୀରେ ଜୟଦେବ ବିହାରରେ ଘରେ ସଙ୍ଗରୋଧରେ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ କିଛି ଦିନ ପୂର୍ବରୁ ମୁମ୍ବାଇ ଯାତ୍ରା କରିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହାବାଦ୍ ୱାର୍ଡ ନଂ ୨୬ ଶରଣପଲ୍ଲୀରେ ଚିହ୍ନଟ ହୋଇଥିବା ୩୦ ବର୍ଷର ଯୁବକଜଣକ ଏହା ପୂର୍ବରୁ ରାଜଧାନୀର ଘରୋଇ ହସ୍ପିଟାଲର ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୯୮ରେ ପହଞ୍ଚିଥିବା ବେଳେ ୯୬ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ଏ ପର୍ଯ୍ୟନ୍ତ ୯୮ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି।

ସମ୍ବନ୍ଧିତ ଖବର