ରାଜଭବନ ସମ୍ମୁଖରେ ସିପିଆଇଏମ୍‌ର ଧାରଣା

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ତୁରନ୍ତ ଏକ ଟ୍ରିବ୍ୟୁନାଲ ଗଠନ କରିବା ଦାବି ନେଇ ଆଜି ସିପିଆଇଏମ୍‌ ରାଜ୍ୟ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଦଳର ଦାବି ଅନୁଯାୟୀ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ତୁରନ୍ତ ଟ୍ରିବ୍ୟୁନାଲ ଗଠନ କରିବା ସହିତ ୧ବର୍ଷ ମଧ୍ୟରେ ରାୟ ପ୍ରକାଶ କରାଯାଉ। ଟ୍ରିବ୍ୟୁନାଲ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ମହାନଦୀ ଉପରେ ଡ୍ୟାମ୍‌ ଓ ବନ୍ଧ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଛତିଶଗଡ଼ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ। ଟ୍ରିବ୍ୟୁନାଲ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ପୂର୍ବରୁ ଓଡ଼ିଶାକୁ ଯେତିକି ପାଣି ଆସୁଥିଲା ସେତିକି ପାଣି ନିଶ୍ଚିତ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି। ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣା ପରେ ଏକ ୪ଜଣିଆ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ୬୦ହଜାର ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ମହାନଦୀ ଜଳ ଉପରେ ରାଜ୍ୟର ଅଧିକାର ସାବ୍ୟସ୍ତ କରିବା ପାଇଁ ଏହି ଅଭିଯାନ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଧାରଣାରେ ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ନିର୍ମଳ ନାୟକ, ବଦ୍ରି ନାରାୟଣ ଦାଶ, ଲୋଭାକାନ୍ତ ସ୍ୱାଇଁ, ଭୀମସେନ ସ୍ୱାଇଁ, ଶରତ ବେହେରା, ସାଲ ମାର୍ଣ୍ଡି, ବନମାଳୀ ଧୂପାଳ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଶୈଳେଶ ବଳିୟାରସିଂହ, ମୀନା ପ୍ରଧାନ ଓ ଗଣେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର