ଖଣ୍ଡଗିରି ଫ୍ଲାଏଓଭର୍‌‌ରେ ଫାଟ ପ୍ରସଙ୍ଗ: ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କଲା ଏନ୍‌ଏଚ୍‌ଏଆଇ

ସମ୍ବାଦ ପ୍ରଭାବ

ଭୁବନେଶ୍ବର : ୩ ମାସ ନ ପୂରୁଣୁ ଖଣ୍ଡଗିରି ଫ୍ଲାଏଓଭର୍‌ରେ ଫାଟ ସୃଷ୍ଟି ହେବା ଘଟଣାରେ ଶନିବାର ଜାତୀୟ ରାଜପଥ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ଶନିବାର ଦିନ ‘ସମ୍ବାଦ’ରେ ଏ ଖବର ପ୍ରକାଶ ପାଇବା ପରେ ଫ୍ଲାଏଓଭର୍‌ କାମ କରିଥିବା ଠିକା ସଂସ୍ଥା ସାହାଯ୍ୟରେ ଶନିବାର ଉକ୍ତ ଫାଟ ସ୍ଥାନର ମରାମତି ଆରମ୍ଭ ହୋଇଛି। କେବଳ ଲୁହା ପଦାକୁ ଦିଶୁଥିବା ଜାଗା ନୁହେଁ, ବରଂ ସଂପୂର୍ଣ୍ଣ ଯୋଡ଼େଇକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି। କାମ ଚାଲୁଥିବା ଯୋଗୁଁ ଶନିବାର ଭୁବନେଶ୍ବରରୁ ଖୋର୍ଦ୍ଧା ପଟକୁ ଯିବା ରାସ୍ତାକୁ ବନ୍ଦ ରଖାଯାଇଥିଲା।

ସମ୍ବନ୍ଧିତ ଖବର