ପୂଜାକୁ ନେଇ ସାଧାରଣ ଲୋକଙ୍କଠୁ ସେଲେବ୍ରିଟିଙ୍କ ପର୍ଯ୍ୟନ୍ତ, ସମସ୍ତେ ସେଲେବ୍ରେସନ୍‌ ମୁଡ୍‌ରେ

‘ଶ୍ରୀମାନ ସୁର ଦାସ’ ଚଳଚ୍ଚିତ୍ରକୁ ନେଇ ମୁଁ ଉତ୍ସାହିତ ଅଛି

ଦଶହରା ଆସିଲେ ମନ ଭିତରେ ଭିନ୍ନ ଏକ ଅ‌ାନନ୍ଦ ଖେଳିଯାଏ। ଛୋଟ ବେଳୁ ମୁଁ ମା’ଙ୍କ ପୂଜାରେ ଘରେ ରୁ‌େହ। କିନ୍ତୁ ଅଭିନୟ ଜଗତରେ ପାଦ ଦେବା ଦିନଠୁ ପରିବାର ସହ ଅନ୍ୟମାନଙ୍କୁ ବି ସମୟ ‌‌େଦବାକୁ ପଡ଼ୁଛି। ଏଥର ପୂଜାରେ ଓଡ଼ିଶା‌ର ବିଭିନ୍ନ ଜିଲ୍ଲାକୁ ଯିବାର ଅଛି। ଏହି ଦଶହରା ମୋ ପାଇଁ ସବୁଠୁ ଶୁଭମୟ ହେବ। ସେହି ସମୟରେ ମୋର ନୂଆ ଚଳଚ୍ଚିତ୍ର ‘ଶ୍ରୀମାନ ସୁର୍‌ ଦାସ’ ମୁକ୍ତିଲାଭ କରିବାକୁ ଯାଉଛି। ତା’ସହିତ ପୂଜାରେ ଏକ ଛୋଟ ପାର୍ଟିର ଆ‌େୟାଜନ କରିଛୁ। ସାଙ୍ଗସାଥୀ ଓ ବନ୍ଧୁବାନ୍ଧବ ସମସ୍ତେ ଆସିବେ, ଘ‌େର ଦାଣ୍ଡିଆ ଖେଳ ହେବ। ସବୁ ବର୍ଷ ପୂଜାରେ ପୋଷାକକୁ ନେଇ ଅଲଗା ଅଲାଗା ଥିମ୍‌ ରଖିଥାଉ। ଏଥରର ଥିମ୍‌ ରହିଛି ଇ‌ଣ୍ଡୋ-ୱେଷ୍ଟର୍ଣ୍ଣ। ଏହି ପୋଷାକ ପିନ୍ଧି ଉତ୍ସବ ମନାଇବାର ଯୋଜନା ରହିଛି।
ଭୂମିକା ଦାଶ, ଅଭିନେତ୍ରୀ

ମୁହଁରେ ରୁମାଲ ବାନ୍ଧି ମେଢ଼ ଦେଖିବାକୁ ବୁଲେ

ଦଶହରା ସମୟରେ କଟକର ଗଳି କନ୍ଦିରୁ ଆରମ୍ଭ କରି ରାସ୍ତାଘାଟ ସବୁ ଆ‌ଡ଼େ ଗହଳି। ମା’ ଆସିଲେ କଟକର ବାସ୍ନା ବଦଳିଯାଏ। କଟିକଆଙ୍କ ମନରେ ମନରେ ଆନନ୍ଦର ଲହରି ଖେଳିଯାଏ। ପୂର୍ବରୁ ଦଶହରାରେ ମୁଁ ସାଙ୍ଗମାନଙ୍କ ସହିତ କୋଲକାତା ବୁଲିବାକୁ ଯାଉଥିଲି। ଏଥର ଦୁର୍ଗାପୂଜା ସରୁ ସରୁ ମୋ ସୁଟିଂ ଆରମ୍ଭ ହୋଇ ଯାଉଥିବାରୁ ମୁଁ ଦଶହରା କଟକରେ ପାଳିବି। ଦଶହରା ସମୟରେ ସାଙ୍ଗମାନଙ୍କ ସହ ପୂଜା ଦେଖିବାକୁ ଗଲେ ମୁହଁରେ ରୁମାଲ ଆଉ ହେଲମେଟ ପିନ୍ଧି ଯିବା ପାଇଁ ପଡ଼ିଥାଏ। ମୋ ପ୍ରଶଂସକଙ୍କ ଠାରୁ ଲୁଚି ଲୁଚି ମା’ଙ୍କୁ ଦେଖିବା ଆଉ ପୂଜା ମଣ୍ଡପ ବୁଲିବାର ମଜା କିଛି ନିଆରା। ଦଶହରା ସମୟରେ ଘରେ ବନ୍ଧୁବାନ୍ଧବ ଓ ଓଲିଉଡ୍‌ର ସବୁ ‌େଲାକଙ୍କୁ ନେଇ ଏକ ଭୋଜିର ଆୟୋଜନ କରାଯାଇଥାଏ।
ଅମ୍ଲାନ ଦାସ,ଅଭିନେତା

ମା’ଙ୍କ ରୂପ ଦେଖି ଆଖି ପୂରିଯାଏ

ଦଶହରାରେ ପୂରା ପରିବେଶ ଚଳଚଞ୍ଚଳ ହୋଇଉଠେ। ମା’ଙ୍କ ଆଗମନକୁ ସଭିଏଁ ନିଜ ଢଙ୍ଗରେ ସ୍ବାଗତ କରନ୍ତି। ନୃତ୍ୟ ଉପରେ ମା‌’ଙ୍କ ପ୍ରଭାବ ଥିବାରୁ ମୁଁ ନୃତ୍ୟ ମାଧ୍ୟମରେ ମା’ଙ୍କୁ ସ୍ବାଗତ କରେ। ଏଥର ପୁନେରେ ଦଶହରାରେ ନୃତ୍ୟ ପରିବେଷଣ କରିବି। ଆମ ଘରେ ମଧ୍ୟ ଦଶହରା ପୂଜା ହୁଏ। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ମା’ଙ୍କ ପୂଜା କରୁ। ତା’ସହିତ ପରିବାର ସହ ବୁଲି ବୁଲି ମେଢ ଦେଖିବାର ମଜା ନିଏ। ମା’ଙ୍କ ରୂପ, ବେଶ, ମେଢ ଓ ତୋରଣ ଦେଖିଲେ ଆଖି ପୂରିଯାଏ।
ସୁଜାତା ମହପାତ୍ର, (ଓଡ଼ିଶୀ ନୃତ୍ୟଶିଳ୍ପୀ)

ଦର୍ଶକଙ୍କ ମନୋରଂଜନରେ ପୂଜା ବିତିଯାଏ

ତିତ୍‌ଲି ଟଳିଯାଇଥିବାରୁ ମା ତାରିଣୀ ଓ ଦୁର୍ଗାଙ୍କ ନିକଟରେ ଅଶେଷ କୃତଜ୍ଞ। ପୂର୍ବବର୍ଷ ଭଳି ଏଥର ମଧ୍ୟ ପୂଜାରେ ବହୁତ ସୋ’ କରିବାକୁ ସୁଯୋଗ ଆସିଛି। କଳାକାର ହିସାବରେ ଦର୍ଶକଙ୍କୁ ମନୋରଂଜନ କରିବା ମୋ’ର କର୍ତବ୍ୟ। ମାତ୍ର ଦୁଃଖ ଏତିକି ଯେ, ପରିବାରକୁ ସାଙ୍ଗରେ ନେଇ କୌଣସି ପୂଜାସ୍ଥଳକୁ ବୁଲିବାକୁ ଯାଇପାରେନି। ତେବେ ଯେଉଁ ସ୍ଥାନକୁ ସୋ କରିବାକୁ ଯାଏ, ସେହି ଅଞ୍ଚଳକୁ ଯିବା ‌ବାଟରେ ‌ମା’ଙ୍କୁ ଦର୍ଶନ କରିକରି ଯାଏ। ଚଳିତ ବର୍ଷ ପୂଜାରେ ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ର ‘ଶ୍ରୀମାନ ସୁର୍‌ଦାସ’ରେ ମା’ଙ୍କର ଗୀତଟିଏ କରିଛି।
ଅଭିଜିତ ମଜୁମ୍‌ଦାର, ସଂଗୀତ ନିର୍ଦେଶକ, କଣ୍ଠଶିଳ୍ପୀ

ସମ୍ବନ୍ଧିତ ଖବର