ପୂର୍ବତଟ ରେଳପଥ ପକ୍ଷରୁ ହାସ୍ୟକବି ସମ୍ମିଳନୀ

ଭୁବନେଶ୍ବର: ହୋଲି ମହୋତ୍ସବ ଅବସରରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ପକ୍ଷରୁ ହାସ୍ୟକବି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ମୁଖ୍ୟଅତିଥି ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ(ଇକୋରୋ)ର ଉପାଧ୍ୟକ୍ଷ ଅନୁପମା ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀଙ୍କ ସହିତ ମହିଳା କଲ୍ୟାଣ ସଂଗଠନର ସଦସ୍ୟାମାନେ ଉପସ୍ଥିତ ଥିଲେ। ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ଦେବେନ୍ଦ୍ର ପ୍ରତାପ ଲାଲ୍‌ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କବି ସମ୍ମିଳନୀରେ କବିମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାସ୍ୟରସ ପ୍ରଦର୍ଶନ କରିଥିଲେ। କବି ଦୀନେଶ ଦେହାତି, କବି ଅଶୋକ ନାଗର, କବି ବଂଶୀଧର ମିଶ୍ର ପ୍ରମୁଖ ମାନବ ଜୀବନର ଦୁଃଖଦ ଘଟଣାକୁ ହସ ମାଧ୍ୟମରେ ଦର୍ଶକଙ୍କ ନିକଟକୁ ଆଣିଥିଲେ। ଏହି ସମ୍ମିଳନୀରେ କବି ବିକ୍ରମାଦିତ୍ୟ ସିଂ, ସନ୍ତୋଷ ଦାସ, ବିନୋଦ କୁମାର, ଆଶିଷ କୁମାର ଶାହା, ସତ୍ୟନାରାୟଣ ବର୍ମା, ମଧ୍ୟ ଭାଗ ନେଇଥିଲେ। ଶେଷରେ ସରକାରୀ ଭାଷା(ରାଜଭାଷା) ଅଧିକାରୀ ୟଲିନା ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର