କୁଆଖାଇ ନଦୀରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ର ମୃତ

ଭୁବନେଶ୍ୱର: କୁଆଖାଇ ନଦୀରେ ବୁଡ଼ି ରବିବାର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ମୃତ ଛାତ୍ର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସି ଭୁବନେଶ୍ୱର ପଢୁଥିବା ଛାତ୍ର ଜଣକ ହେଉଛନ୍ତି ମହେନ୍ଦ୍ର ଖଟୁଆ। ସେ ଆଜି ଅପରାହ୍ଣରେ ୬ ଜଣ ସାଙ୍ଗଙ୍କ ସହିତ କୁଆଖାଇର ବାଙ୍କୁଆଳ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ମହେନ୍ଦ୍ର ପାଣିରେ ବୁଡ଼ି ଯିବା ପରେ ଅନ୍ୟ ସାଙ୍ଗମାନେ ତାଙ୍କୁ ବଂଚାଇବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର