ଡମଣା-ଶୈଳଶ୍ରୀବିହାର ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ

ଚନ୍ଦ୍ରଶେଖରପୁର : ପ୍ରାୟ ୩ବର୍ଷ ପରେ ପୁଣି ଡମଣା ଶୈଳଶ୍ରୀବିହାର ମୁଖ୍ୟ ରାସ୍ତା କଡ଼ରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ବିଡିଏ ଓ ବିଏମ୍‌ସି ପକ୍ଷରୁ ହୋଇଥିବା ଏହି ଉଚ୍ଛେଦ ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ତେବେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଉତ୍ତ୍ୟକ୍ତ ଲୋକକୁ ବୁଝାଶୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ଯେ ସରକାର ଥଇଥାନ କରୁ ନ ଥିବାରୁ ସେମାନେ ଏଠାରେ ବହୁ ବର୍ଷ ଧରି ରହି ଆସୁଛନ୍ତି। ଗତ ୩ବର୍ଷ ପୂର୍ବେ ଉକ୍ତ ସ୍ଥାନରେ ଉଚ୍ଛେଦ କରାଯାଇଥିବା ବେଳେ ସେମାନଙ୍କୁ ଥଇଥାନ କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ନିଆନଯିବାରୁ ବସ୍ତି ବାସିନ୍ଦା ପୁଣି ସେହି ସ୍ଥାନରେ ଜବରଦଖଲ କରି ରହିଥିଲେ। ବର୍ତ୍ତମାନ ଉକ୍ତ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖାଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିବାରୁ ଆଜି ଉଚ୍ଛେଦ କରାଯାଇଥିଲା।

ସମ୍ବନ୍ଧିତ ଖବର