ପଞ୍ଚାୟତ ପୋଖରୀରୁ ମାଛମରାକୁ ନେଇ ଉତ୍ତେଜନା

ବାଲିଅନ୍ତା: ବାଳକାଟି ଫାଣ୍ଡି ସରକଣା ପଞ୍ଚାୟତ ଅଧୀନରେ ଦିୱାନପୋଖରୀରୁ ଆଜି ଅପରାହ୍‌ଣରେ ବେଆଇନ ଭାବେ ମାଛମରାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇଗୋଷ୍ଠୀ ମାରପିଟ ହେବା ପୂର୍ବରୁ ବାଳକାଟି ଫାଣ୍ଡି ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଅଜୟ ସୁନ୍ଦରାୟଙ୍କ ଉପସ୍ଥିତିରେ ଫାଣ୍ଡି ଅଧିକାରୀ ହରେକୃଷ୍ଣ ପ୍ରଧାନ ଜାଲ ଜବତ କରିଥିଲେ।

ସୂଚନା ମୁତାବକ, ୨୦୧୯ ମସିହାରେ ଉକ୍ତ ପୋଖରୀକୁ ୯ଲକ୍ଷ ୭୧ହଜାର ଟଙ୍କାରେ ନିଲାମ ଡକାଯାଇଥିଲା। ହେଲେ କୌଣସି ନିଲାମଧାରୀ ନେବାକୁ ଆଗ୍ରହ ପ୍ରକାଶ କରିନଥିଲେ। ତେଣୁ ପୋଖରୀ ପରିଚାଳନା ଦାୟିତ୍ବ ପଞ୍ଚାୟତ କାର୍ଯ୍ୟାଳୟ ହାତରେ ଥିଲା। ପଞ୍ଚାୟତ ପୋଖରୀ ପରିଚାଳନା ଦାୟିତ୍ବ ଜଣେ ୱାର୍ଡ ସଭ୍ୟଙ୍କ ତତ୍ତ୍ବାବଧାନରେ ଅନ୍ୟ ଏକ ଗୋଷ୍ଠୀଙ୍କୁ ଦେଇଥି‌ଲେ। ଆଜି ଅପରାହ୍‌ଣରେ ମାଛ ଚାଷ କରୁଥିବା ସଂପୃକ୍ତ ବ୍ୟବସାୟୀ ମାଛ ଧରି ବିକି ଦେବାକୁ ଉଦ୍ୟମ କରୁଥିଲେ। ବିରୋଧୀ ଗୋଷ୍ଠୀର ଶତାଧିକ ବ୍ୟକ୍ତି ଏ ସଂପର୍କରେ ବିଡିଓ ଆଦିକନ୍ଦ ବେହେରାଙ୍କୁ ଲିଖିତ ଭାବେ ଜଣାଇଥିଲେ। ଖବର ପାଇ ପିସିଆର ଟିମ ଓ ପଞ୍ଚାୟତ ଅଧିକାରୀ ଶ୍ରୀ ସୁନ୍ଦରାୟ ପୋଖରୀରୁ ଜାଲ ଓ ମାଛ ଜବତ କରିଥିଲେ।

ସମ୍ବନ୍ଧିତ ଖବର