ପ୍ରେରଣା ପକ୍ଷରୁ ଏକାମ୍ର କଲେଜରେ ବନ ମହୋତ୍ସବ

ଭୁବନେଶ୍ବର: ପ୍ରେରଣା ପକ୍ଷରୁ ଏକାମ୍ର କଲେଜ ପରିସର‌ରେ ବନ ମହୋତ୍ସବ ଓ ସବୁଜିମା‌ ପାଇଁ ଯୁବାକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ ଯୋଗଦେଇ ଆଗାମୀ ଦିନରେ ରାଜଧାନୀକୁ ସରସ ସୁନ୍ଦର କରିବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କରାଯିବ। ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ଉପସ୍ଥିତ ଥିଲେ। ଏହି ଅବସରରେ କଲେଜ ପରିସର‌ରେ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ମାନସ ନନ୍ଦ, ପ୍ରଧ୍ୟାପକ ଦେବେନ୍ଦ୍ର ବିଶ୍ବାଳ, ସନ୍ଦୀପ ମହାନ୍ତି, ଏନ୍‌ସିସି ଅଫିସର୍‌ ଅଜୟ ସ୍ବାଇଁ ଓ କଲେଜର ଅଧ୍ୟାପକ, ଅଧ୍ୟା‌ପିକା‌ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର