ଜମି ଦେବା ନାଁରେ ଠକେଇ, ୭ ମାସ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଜମି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ। ଅଭିଯୁକ୍ତ ହେଲା ବଡ଼ଗଡ଼ ଅଞ୍ଚଳର ସୁଜିତ କୁମାର ଜେନା। ପୁଲିସ ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସୁନାଖଳା ଅଞ୍ଚଳର ଅଜୟ କୁମାର ନାୟକଙ୍କ ପତ୍ନୀ ବିମଳା ବେହେରା ବଡ଼ଗଡ଼ ଅଞ୍ଚଳରେ ଜମି କିଣିବା ପାଇଁ ସୁଜିତ ଜେନା ସହ ଯୋଗାଯୋଗ କରିଥିଲେ। ଜମି ବିକ୍ରି ବାବଦରେ ସୁଜିତ ଦୁଇ ବର୍ଷ ତଳେ ବିମଳାଙ୍କ ଠାରୁ ୯ ଲକ୍ଷ ୭୦ ହଜାର ଟଙ୍କା ନେଇଥିଲେ। କିନ୍ତୁ ଜମି ଦେଇ ନ ଥିଲେ କି ଟଙ୍କା ମଧ୍ୟ ଫେରସ୍ତ କରୁନଥିଲେ। ଏନେଇ ଗତ ଜାନୁଆରି ମାସରେ ବିମଳା ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନଂ-୨୬ ଏବଂ ଆଇପିସି ଦଫା-୪୨୦, ୪୦୬, ୫୦୬, ୩୪ରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର