‘ଗେଟ୍ ବ୍ୟାକ୍‌ ଟୁ ନେଚର୍’ ଉଦ୍‌ଘାଟିତ

ଭୁବନେଶ୍ୱର: ରାଜଧାନୀରେ ଜୈବିକ ଖାଦ୍ୟ କେନ୍ଦ୍ର ‘ଗେଟ୍ ବ୍ୟାକ୍‌ ଟୁ ନେଚର୍’ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇ କହିଥିଲେ, ଆମେ ଖାଉଥିବା ଖାଦ୍ୟରେ ଗୁଣବତ୍ତା ଓ ଶୁଦ୍ଧତା ରହିବା ନିତାନ୍ତ ଆବଶ୍ୟକ। ଜୈବିକ ଖାଦ୍ୟ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବ। ତେଣୁ ଆମେ ଶରୀର ପ୍ରତି ଯତ୍ନ ନେ‌ଲେ, ଶରୀର ଆମର ଯତ୍ନ ନେବ। ସପ୍ଟୱେର୍ ପ୍ରଫେସନାଲ୍ ପୁନମ ମହାପାତ୍ରଙ୍କ ଉଦ୍ୟମରେ ଡୁମୁଡୁମାସ୍ଥିତ କସ୍‌ମୋପଲିସ ଆପାର୍ଟମେଣ୍ଟ ପରିସରରେ ଖୋଲିଥିବା ଏହି ଜୈବିକ ଖାଦ୍ୟ କେନ୍ଦ୍ରରେ ପାରମ୍ପରିକ ପଦ୍ଧତିର ଚାଷ ହୋଇ ଉତ୍ପାଦନ ହେଉଥିବା ଶସ୍ୟ ତଥା ରାସାୟନିକ ମୁକ୍ତ ଖାଦ୍ୟ ବିକ୍ରି କରାଯାଉଛି।

ପୁନମ୍‌ କହିଛନ୍ତି ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦନ ହେଉଥିବା ସତେଜ ଖାଦ୍ୟଦ୍ରବ୍ୟ ସମେତ ବିଭିନ୍ନ କିସମର ଡାଲି, ମହୁ, ଘିଅ, ବାଦାମ, ଖାଇବା ତେଲ, ମସଲା, ଫଳ, ପନିପରିବା ଆଦି ବିକ୍ରୟ ହେଉଛି। ଏଥିପାଇଁ ୨ଶହରୁ ଊର୍ଦ୍ଧ୍ବ ଲୋକଙ୍କୁ ନିୟୋଜିତ କରାଯାଇ ଜୈବିକ ଖାଦ୍ୟ ପ୍ରସ୍ତୁତ କରି ବିକ୍ରୟ କରାଯାଉଛି। ପାରମ୍ପରିକ ଜୀବନଶୈଳୀରୁ ଦୂରେଇ ଯାଇଥିବା ଜୈବିକ ଖାଦ୍ୟକୁ ପୁଣି ଫେରାଇ ଆଣିବାକୁ ଏହା ମାଧ୍ୟମରେ ପ୍ରୟାସ କରାଯାଉଥିବା ସେ କହିଥିଲେ। ଆଗାମୀ ଦିନରେ ଭୁବନେଶ୍ବରରେ ଆହୁରି ୧୦ଟି ଜୈବିକ ଖାଦ୍ୟ କେନ୍ଦ୍ର ଖୋଲିବାକୁ ସ୍ଥିର କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର