କୋଚିଂ ସେଣ୍ଟର୍‌ରେ କେନ୍ଦ୍ରୀୟ ଜିଏସ୍‌ଟିର ଚଢ଼ଉ

ଭୁବନେଶ୍ୱର: ସିଆର୍‌ପି ଅଞ୍ଚଳରେ ଥିବା ଏକ ନାମୀ କୋଚିଂ ଅନୁଷ୍ଠାନ ଉପରେ କେନ୍ଦ୍ରୀୟ ଜିଏସ୍‌ଟି ପକ୍ଷରୁ ଚଢ଼ଉ ହୋଇଛି। ଆଜି ସକାଳ ୯ଟାରୁ ଚଢ଼ଉ ଆରମ୍ଭ ହୋଇ ବିଳମ୍ବିତ ରାତି ସୁଦ୍ଧା ଜାରି ରହିଛି। କେନ୍ଦ୍ରୀୟ ସଂସ୍ଥାର ୨୫ ଜଣିଆ ଟିମ୍‌ ଆଜି ସକାଳେ ଅଚାନକ ଉକ୍ତ କୋଚିଂ ସେଣ୍ଟର୍‌ରେ ପଶିଥିଲେ।

ଅଫିସ୍ କର୍ମଚାରୀ ଆସିବା ପୂର୍ବରୁ ସେମାନେ ଆକାଉଣ୍ଟସ୍ ରୁମ୍ ଭାଙ୍ଗି ଭିତରକୁ ପଶିଥିଲେ। କର୍ମଚାରୀମାନେ ଆସିବା ପରେ ସମସ୍ତ ମୋବାଇଲ୍ ଛଡ଼ାଇ ନେଇ ଏକପ୍ରକାର ନଜରବନ୍ଦୀରେ ରଖିଥିଲେ। ସଂଧ୍ୟା ୭ଟା ବେଳେ କର୍ମଚାରୀମାନଙ୍କୁ ଘରକୁ ଛାଡ଼ିଥିଲେ ମଧ୍ୟ ରିପୋର୍ଟ ଲେଖା ହେଲା ବେଳକୁ ଚଢ଼ଉ ଜାରି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ଶିକ୍ଷାନୁଷ୍ଠାନର ଚନ୍ଦ୍ରଶେଖରପୁର, ସହିଦନଗର ଓ କୋଲକାତାରେ ଥିବା ଶାଖା ଉପରେ ମଧ୍ୟ ଚଢ଼ଉ କରାଯାଇଛି।

ସମ୍ବନ୍ଧିତ ଖବର