ଗୁରୁ ପ୍ରଣାମ ଉତ୍ସବ, ଏ ମୋର ମାନସୀ…

ଭୁବନେଶ୍ବର: ସୁଷମା ସଂଗୀତ ସଦନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ‘ଗୁରୁ ପ୍ରଣାମ ଉତ୍ସବ’ର ଦ୍ବିତୀୟ ସନ୍ଧ୍ୟାରେ ଆଜି ନୂଆ ପୁରୁଣା ସଂଗୀତ ଶୁଣିବାକୁ ମିଳିଥିଲା। ସଦନର ପ୍ରଶିକ୍ଷାର୍ଥୀମାନେ ସମୂହ ସରସ୍ବତୀ ବନ୍ଦନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ହେ କୃଷ୍ଣ.., ଲେଖିଦେଲି ଆଜିଠାରୁ.., ଗାଏରେ କୁହୁକୁହୁ.., ତୁମେ ଯେତେ ଦୂରେ.., ଏ ମୋର ମାନସୀ.., ପାଇବାର ମାନେ ଯଦି.., ପ୍ରେମ କରିବାଟା ଭୁଲ୍‌.., ଭଲ ପାଇବାରେ.., ମନ ଭାବୁଛି ଯାହା.. ଭଳି ଗୀତ ଗାଇ ଶୁଣାଇଥିଲେ ଲକ୍ଷ୍ମୀକାନ୍ତ ପାଲିତ୍‌, ଦେବାଶିଷ ମହାପାତ୍ର, ରନ୍ଦୀପ ପାଲିତ୍‌, ମିତାଲି ଚିନାରା, ବିଦ୍ୟୁତପ୍ରଭା ପାଲିତ୍‌, ପ୍ରଣବଜ୍ୟୋତି, ସୌରଭ ନାୟକ, ଆଦ୍ୟାଶା ଦାସ, ବିଭୂ କିଶୋର, ମନୋରଂଜନ ମିଶ୍ର, ଛନ୍ଦା ମିଶ୍ର, ଅଶ୍ବିନୀ ମହାନ୍ତି ଏବଂ ବନ୍ଦୀଶ ପାଲିତ୍‌। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଶରତ, ପ୍ରେମଶଙ୍କର, ଅବନୀକାନ୍ତ, ବରଦା, ଅଜୟ, ପ୍ରିୟରଂଜନ, ଭବତୋଷ, ସଂଜୟ, ଏମ୍‌ ସୀମାଦ୍ରି। ଏହି ଅବସରରେ ଏସ୍‌କୋ ତୋମୋଟିଆ, ନିତ୍ୟାନନ୍ଦ ମିଶ୍ର ଏବଂ କରୁଣାକର ପ୍ରଧାନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର