ପୋଷ୍ଟମାଷ୍ଟରଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପିନେଲା ଦୁର୍ବୃତ୍ତ

ବାଲିଅନ୍ତା: ବାଳକାଟି – ଝିଣ୍ଟିଶାସନ ମୁଖ୍ୟ ରାସ୍ତାର ସାଇଫନ ଛକ ନିକଟରେ ଆଜି ଅପରାହ୍‌ଣ ପ୍ରାୟ ଦିଟା ସମୟରେ ଜଣେ ଦୁର୍ବୃତ୍ତ ତ୍ରାହିଅଚ୍ୟୁତ ନଗର ଡାକଶାଖାର କାର୍ଯ୍ୟରତ ପୋଷ୍ଟମାଷ୍ଟର ରଶ୍ମିତା ସ୍ବାଇଁଙ୍କ ଭ୍ୟାନିଟି ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଛି। ଏ ସଂପର୍କରେ ଶ୍ରୀମତୀ ସ୍ବାଇଁ ସନ୍ଧ୍ୟାରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ବ୍ୟାଗରେ ୧୫ଶହ ଟଙ୍କା ସହିତ ଦାମୀ ମୋବାଇଲ ଫୋନ ଓ ଅଫିସ କାଗଜପତ୍ର ଥିଲା ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗ ଗ୍ରହଣ କରି ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ଦତନ୍ତ କରିଥିଲେ ମଧ୍ୟ ଲୁଟେରାଙ୍କୁ କାବୁ କରିପାରିନି।

ସମ୍ବନ୍ଧିତ ଖବର