ହରପାର୍ବତୀ ପୂଜା ପାଇଁ ମାଟି ଅନୁକୂଳ 

ଭୁବନେଶ୍ୱର: ବଡ଼ଗଡ଼ସ୍ଥିତ ନେତାଜୀ ଯୁବକ ସଂଘ ପକ୍ଷରୁ ହରପାର୍ବତୀ ପୂଜା ପାଇଁ ମାଟି ଅନୁକୂଳ ହୋଇଛି। ସଭାପତି ସନ୍ତୋଷ ସିଂହଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ କୁଆଖାଇ ନଦୀ ପଠାରେ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ନିକଟରେ ପୂଜାର୍ଚ୍ଚନା କରିଥିଲେ। ତାହା ପରେ ପାରମ୍ପରିକ ବାଦ୍ୟ ଓ ଶଙ୍ଖ ଶୋଭାଯାତ୍ରାରେ ମାଟି ଅଣାଯାଇଥିଲା। ଏହି ଶୋଭାଯାତ୍ରାରେ ବଡ଼ଗଡ଼ ଗ୍ରାମ, ବ୍ରିଟ୍‌ କଲୋନିର ବହୁ ଲୋକ ସାମିଲ୍‌ ହୋଇଥିଲେ। ସଂଘର ସମ୍ପାଦକ ବୃନ୍ଦାବନ ଦାସ ଓ କୋଷାଧ୍ୟକ୍ଷ ଦୀପକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର