ନନ୍ଦନକାନନରେ ଜଳହସ୍ତୀ ଶାବକ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ଜନ୍ମଲାଭ କରିଥିବା ଅଣ୍ଡିରା ଜଳହସ୍ତୀ ଶାବକର ଆଜି ମୃତ୍ୟୁ ହୋଇଛି। ୬୩ ନମ୍ବର ଖୁଆଡ଼ର ପୋଖରୀ ମଧ୍ୟରେ ଶାବକଟି ଜନ୍ମଲାଭ କରିଥିଲା। ଶାବକଟିକୁ ଅନ୍ୟ ବୟସ୍କ ଅଣ୍ଡରା ଜଳହସ୍ତୀମ‌ାନେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ନନ୍ଦନକାନନର କର୍ମଚାରୀ ଶାବକଟିକୁ ଆକ୍ରମଣରୁ ରକ୍ଷା କରିବା ଲାଗି ଯୋଜନା କରିଥିଲେ। ଶନିବାର ତାକୁ ପୋଖରୀରୁ ଅନ୍ୟମାନଙ୍କଠାରୁ ଅଲଗା କରି ପଦାକୁ ଆଣିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବୟସ୍କ ଜଳହସ୍ତୀମାନେ କର୍ମଚାରୀଙ୍କୁ ଦେଖି ଗୋଡ଼ାଇଥିଲେ।

ବାରମ୍ବାର ଚେଷ୍ଟା କରି ବିଫଳ ହେବାରୁ ଶାବକକୁ ଆଜି ଅଲଗା କରିବା ଲାଗି ଯୋଜନା ହୋଇଥିଲା। ରାତିରେ କର୍ମଚାରୀମାନେ ଜଗି ରହିଥିଲେ ହେଁ ବୟସ୍କ ଅଣ୍ଡିରା ଜଳହସ୍ତୀଙ୍କ କବଳରୁ ବଞ୍ଚାଇବା ସମ୍ଭବ ହୋଇ ନଥିଲା।

ସମ୍ବନ୍ଧିତ ଖବର