ହକି ବିଶ୍ବକପ ଟି‌କେଟ୍‌ କଳାବଜାରୀ ଅଭିଯୋଗ, ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର: ହକି ବିଶ୍ବକପ୍‌ ଟିକେଟ୍‌ରେ କଳାବଜାରୀ ହୋଇଥିବା ନେଇ ସିଭିଲ୍‌ ସୋସାଇଟ୍‌ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଏଥିପାଇଁ ‌ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ରୀଡ଼ା ସଚିବ ବିଶାଲ ଦେବ ଦାୟୀ ବୋଲି ସିଭିଲ୍‌ ସୋସାଇଟ୍‌ ପକ୍ଷରୁ କୁହାଯାଇଛି। ତେଣୁ ଏହାର ସିବିଆଇ ତଦନ୍ତ କାରାଯାଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁଷ୍ଠାନ ଦାବି କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ଅନ୍‌ଲାଇନ୍‌ରେ ହକି ବିଶ୍ବକପ୍‌ ଟିକେଟ୍‌ ମଳିବ ବୋଲି ରାଜ୍ୟ ସରକାର ଘୋଷଣା କଲେ। ଲୋକମାନେ ଅନ୍‌ଲାଇନ୍‌ରେ ଟିକଟ ପାଇଁ ଆବେଦନ କରିଥିଲେ। ଟିକେଟ୍‌ ମିଳିବା ତ ଦୂରର କଥା ସାଇଟ୍‌ ଖୋଲି ନଥିଲା। ଆଉ ସାଇଟ୍‌ ଖୋଲିବା ବ‌େ‌ଳକୁ କିଛି କ୍ଷଣ ମଧ୍ୟରେ ଟିକେଟ୍‌ ସରିଯାଇଥିଲା। ତେବେ ଏହା ପଛରେ ସରକାରଙ୍କ ଷଡ୍‌ଯନ୍ତ୍ର ରହିଛି। ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ସିଭିଲ୍‌ ସୋସାଇଟ୍‌ ଦାବି କରିଛି। ଅନ୍ୟପଟେ କ୍ୟାପିଟାଲ ଥାନା ଆଇଆଇସି କହିଛନ୍ତି ଯେ, ଆଇନ୍‌ ଅନୁଯାୟୀ ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର