ଇଣ୍ଡିଆସ୍‌ ମିସ୍‌ ଟିଜିପିସିର ଶେଷ ପର୍ଯ୍ୟାୟରେ ଓଡ଼ିଆ ଝିଅ ଶୁଭଶ୍ରୀ

ଭୁବନେଶ୍ବର: ଅନ୍‌ଲାଇନ୍‌ ସୁନ୍ଦରୀ ପ୍ରତିଯୋଗିତା ‘ଇଣ୍ଡିଆସ୍‌ ମିସ୍‌ ଟିଜିପିସି’ର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଓଡ଼ିଆ ଝିଅ ଶୁଭଶ୍ରୀ ସ୍ବାଇଁ। ପ୍ରତିଯୋଗିତାରେ ହଜାର ହଜାର ଝିଅଙ୍କୁ ପଛରେ ପକାଇ ଶୁଭଶ୍ରୀ ଏହି ସ୍ଥାନ ଅଧିକାର କରିଛନ୍ତି। ଆସନ୍ତା ସେପ୍ଟେମ୍ବରରେ ମୁମ୍ବାଇରେ ହେବାକୁ ଥିବା ଏହାର ଗ୍ରାଣ୍ଡ ଫିନାଲୋରେ ଅଂଶଗ୍ରହଣ କରିବା ପାଇଁ ସେ ଓଡ଼ିଶାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। ଅଧିକରୁ ଅଧିକ ଭୋଟ୍‌ ଦେଇ ତାଙ୍କୁ ଫାଇନାଲିଷ୍ଟ୍‌ କରିବାକୁ ସେ ଅନୁରୋଧ କରିଛନ୍ତି।

ଅନ୍‌ଲାଇନ୍‌ରେ ହେଉଥିବା ଏହି ପ୍ରତିଯୋଗିତାରେ ଶୁଭଶ୍ରୀଙ୍କୁ ଭୋଟ୍‌ ଦେବା ପାଇଁ ୟୁଟ୍ୟୁବ୍‌ରେ ଶୁଭଶ୍ରୀ ସ୍ବାଇଁ ସର୍ଚ୍ଚ କରି ତାଙ୍କ ଦ୍ବାରା ଅପ୍‌ଲୋଡ୍‌ ହୋଇଥିବା ଏକ ଭିଡିଓ ଦେଖିଲେ ତାଙ୍କ ଭିଉଅର୍ସ ବଢ଼ି‌ବେ ଯାହାକି ତାଙ୍କୁ ଭୋଟ୍‌ ଦେବା ଭଳି ହେବ। ଏଥିସହ ‘ଇଣ୍ଡିଆସ୍‌ ମିସ୍‌ ଟିଜିପିସି’ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାକୁ ଯାଇ ଶୁଭଶ୍ରୀଙ୍କ ଫଟୋ ଲାଇକ୍‌ କରିବା ଦ୍ବାରା ଗୋଟିଏ ଲାଇକ୍‌ ‌ଗୋଟିଏ ଭୋଟ୍‌ ବୋଲି ଗଣାଯିବ। ଏହି ଭଳି ଭାବେ ଭୋଟ୍‌ ଦେଇ ଆମେ ଓଡ଼ିଆ ଝିଅ ଶୁଭଶ୍ରୀଙ୍କୁ ‘ମିସ୍‌ ପପୁଲାରିଟି’ ଟାଇଟଲ୍‌ ଜିତିବାରେ ସହଯୋଗ କରିପାରିବା। ଏଥିସହ ସେ ସେମି ଫାଇନାଲ୍‌ରେ ଯୋଗ ଦେବାର ସୁଯୋଗ ମଧ୍ୟ ପାଇବେ। ୨୧ ବର୍ଷୀୟା ଶୁଭଶ୍ରୀ ଜଣେ ଇଂଜିନିୟରିଂ ଗ୍ରାଜୁଏଟ୍‌। ଗିନିଜ୍‌ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡଧାରୀ କେଶବ ସ୍ବାଇଁ ହେଉଛନ୍ତି ତାଙ୍କ ପିତା।

ସମ୍ବନ୍ଧିତ ଖବର