ଡିସିପିଙ୍କ ଲାଠିମାଡ଼ରେ ‘ସମ୍ବାଦ’ର ଫଟୋ ସାମ୍ବାଦିକ ଆହତ

ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଆନ୍ଦୋଳନ ଚାଲିଥିବା ସମୟରେ ଫଟୋ ଉତ୍ତୋଳନ କରୁଥିବା ‘ସମ୍ବାଦ’ର ଫଟୋ ସାମ୍ବାଦିକ ବିଭୂତି ସାହୁଙ୍କୁ ଲାଠିମାଡ଼ ହୋଇଛି। ପଛପଟୁ ବିକ୍ଷୋଭକାରୀ ଭାବି ଡିସିପି ସତ୍ୟବ୍ରତ ଭୋଇ ନିଜେ ଶ୍ରୀ ସାହୁଙ୍କୁ ଡାହାଣ ଗୋଡ଼କୁ ଲାଠିରେ ପିଟି ଦେବାରୁ ସେ ଆହତ ହୋଇଥିଲେ। ତେବେ ଶ୍ରୀ ସାହୁଙ୍କୁ ଫଟୋ ସାମ୍ବାଦିକ ବୋଲି ଜାଣିବା ପରେ ନିଜ ଭୁଲ୍‌ ବୁଝିପାରି ସେ ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ କରିଥିଲେ। ପରେ ଖାରବେଳ ନଗର ଥାନା ଆଇଆଇସି ଅନୁପ କାନୁନ୍‌ଗୋ ଶ୍ରୀ ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଶ୍ରୀ ସାହୁଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ଛାଡ଼ି ଦିଆ ଯାଇଥିଲା। ଏହି ଘଟଣାକୁ ନେଇ ସେଠାରେ ଥିବା ସାମ୍ବାଦିକ ଓ ଫଟୋ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର