କଳିଙ୍ଗ ନଗର (କେ-୮) ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ

ଭୁବନେଶ୍ୱର: କଳିଙ୍ଗନଗର (କେ-୮) ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଗତ ୬ ତାରିଖ ଅପରାହ୍‌ଣରେ ସ୍ଥାନୀୟ କଲ୍ୟାଣମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଓ କର୍ପୋରେଟର୍‌ ଦିଲ୍ଲୀପ କୁମାର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭାପତି ଜ୍ୟୋତିରଂଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଗିରିଜା ପ୍ରସାଦ ମହାପାତ୍ର ମଞ୍ଚର ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବରେ ଅବସରପ୍ରାପ୍ତ ଇଞ୍ଜିନିୟର ତଥା କଲୋନିର ବୟୋଜ୍ୟେଷ୍ଠ ନାଗରିକ ଶରତ ଚନ୍ଦ୍ର ମହାନ୍ତିଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯାଇଥିଲା। ଡ. କିଶୋର ଚନ୍ଦ୍ର ସ୍ୱାଇଁ ମାନପତ୍ର ପାଠ କରିଥିଲେ। ଡ. କିଶୋର ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଉତ୍ସବରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଉନ୍ନୟନ୍ନ ସମିତି ଓ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ। କୋଷାଧ୍ୟକ୍ଷ ଦାଶରଥୀ ସାହୁ, ଦୀନବନ୍ଧୁ ନାୟକ, ବଂଶୀଧର ସିଂହ, ନିରଞ୍ଜନ ଦାସ ଓ ପଦ୍ମନାଭ ମହାପାତ୍ର, ରବୀନ୍ଦ୍ର କୁମାର ମିଶ୍ର ଓ ନୀଳମଣି ରାଉତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର