ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୨୨ଦିନର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳିବା ସହ ଚନ୍ଦନ କୁଣ୍ଡରେ ବୁଡ଼ିଥିଲେ। ସନ୍ଧ୍ୟା ୬ଟାରେ ଶ୍ରୀଲିଙ୍ଗରାଜ ମନ୍ଦିରରରେ ସମସ୍ତ ନୀତି ସମାପନ ପରେ ଠାକୁର ବିନ୍ଦୁସାଗର ବ୍ରହ୍ମା ଘାଟ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ଚାପ ଡଙ୍ଗାରେ ପ୍ରଥମେ ପୂଜାପଣ୍ଡା ସେବାୟତ ଛେରା ପହଁରା କରିଥିଲେ। ଏହାପରେ ପାଳିଆ ବଡୁ ସେବାୟତ ଠାକୁରଙ୍କୁ ମଣେଇବା ପରେ ଦେବଦେବୀ ଚାପ ଡଙ୍ଗା ସିଂହାସନରେ ବିରାଜମାନ କରିଥିଲେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବସିଥିବା ବେଳେ ପାର୍ଶ୍ବ ସିଂହାସନରେ ବାସୁଦେବ ବିରାଜମାନ କରିଥିଲେ।

ଠାକୁର ପ୍ରଥମେ ମହନୀ ଘାଟ ଓ ପରେ ମଠ ଘାଟରେ ଭୋଗ ଖାଇଥିଲେ। ପରେ ୮ଘେରା ଭଉଁରି ଖେଳି ଜଗତିକୁ ଯାଇଥିଲେ। ସେଠାରେ ନୀତିପୂଜା ସମ୍ପନ୍ନ ପରେ ଚନ୍ଦନ ପାଣିରେ ବୁଡ଼ଥିଲେ। ଚନ୍ଦନ କୁଣ୍ଡରେ ପୂର୍ବରୁ ଅଗୁରୁ, ଚନ୍ଦନ, ମଲ୍ଲୀ, ଚମ୍ପା ଫୁଲ ପକାଯାଇଥିଲା। ଏହି ସୁବାସିତ ଜଳରେ ବୁଡ଼ିବା ପରେ ଗୋଟିଏ କୁଣ୍ଡରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବୁଡ଼ିଥିବା ବେଳେ ବାସୁଦେବ ଅନ୍ୟ ଏକ ସ୍ୱତନ୍ତ୍ର କୁଣ୍ଡରେ ବୁଡ଼ିଥିଲେ। ଏହି ନୀତି ପରେ ଠାକୁରମାନେ ଜଗତିରୁ ବାହାରି ଜଗତି ଚାରିପଟେ ଡଙ୍ଗାରେ ଭଉଁରି ଖେଳି ମନ୍ଦିର ପ୍ରତ୍ୟାବର୍ତନ କରଥିଲେ। ପ୍ରତ୍ୟାବର୍ତନ ପଥରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗଠାରେ ଠାକୁର ଭୋଗ ଖାଇଥିଲେ। ଦେହ ଶୀତଳ ପଡିବା ପରେ ଠାକୁରମାନେ କୁଣ୍ଡରୁ ବାହାରି ପୁଣି ଚାପ ଖେଳି ପ୍ରତ୍ୟାବର୍ତନ କରଥିଲେ ।

ସମ୍ବନ୍ଧିତ ଖବର