ସାହିତ୍ୟ ଜୀବନରେ ଶାନ୍ତି ଆଣିଥାଏ

ଭୁବନେଶ୍ୱର: ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ‘ଓଡ଼ିଶା ସ୍ୱର’ର ବାର୍ଷିକ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସୁରେଶ ରାଉତରାୟ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସାହିତ୍ୟ ଜୀବନରେ ଶାନ୍ତି ଆଣିଥାଏ।

‘ଓଡ଼ିଶା ସ୍ୱର’ର ସଭାପତି ସନତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି, ଶିକ୍ଷାବିତ୍ ଶକ୍ତିପ୍ରସାଦ ମିଶ୍ର, କବି ସୌଭାଗିନୀ ରାୟ ଓ ସମାଜସେବୀ ଚନ୍ଦ୍ରକାନ୍ତ ଦଳେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପତ୍ରିକାର ସମ୍ପାଦକ କଣ୍ଡୁରୀ ଚରଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର