ମାଥିଭାଥନନ୍ ବିଏମ୍‌ସି ପ୍ରଶାସକ ନିଯୁକ୍ତ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଭୁବନେଶ୍ବର ମହାନଗର ନିଗମ ପ୍ରଶାସକ ଭାବେ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥନନ୍‌ଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିସହ ପୂର୍ବରୁ ବିଏମ୍‌ସି ପ୍ରଶାସକ ଥିବା ପୌରପ୍ରଶାସକ ସଂଗ୍ରାମଜିତ୍‌ ନାୟକଙ୍କୁ ଏହି ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ବରିଷ୍ଠ ଆଇଏଏସ୍ ଅଫିସର ସଂଜୟ ସିଂହଙ୍କୁ ସରକାର ବିଏମ୍‌ସି କମିସନର ଭାବେ ନିଯୁକ୍ତି ଦେଇଥିଲେ। ଶ୍ରୀ ନାୟକ ନୂଆ ବିଏମ୍‌ସି କମିସନରଙ୍କଠାରୁ କନିଷ୍ଠ ପାହ୍ୟାରେ ଥିବା କାରଣରୁ ଅସଙ୍ଗତି ସୃଷ୍ଟି ହୋଇଥିଲା। ଏ ନେଇ ଆଜି ସମ୍ବାଦରେ ଖବର ପ୍ରକାଶ ପରେ ସରକାର ଏହା ଉପରେ ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧିତ ଖବର