କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏଏନ୍‌ଏମ୍‌ ଛାତ୍ରୀଙ୍କୁ ଅସଦାଚରଣ

ଭୁବ‌ନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଜଣେ ଏଏନ୍ଏମ୍‌ ଛା‌ତ୍ରୀ ଅସଦା‌ଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। କ୍ୟାପିଟାଲ ହସ୍ପିଟାଲର ଜଣେ କର୍ମଚାରୀ ଛାତ୍ରୀଙ୍କୁ ହୋଟେଲକୁ ନେଇ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ପିଜି ଆଡ୍‌ମିସନ ଚାଲିଥିବା ହେତୁ ବଦ୍‌ନାମ ଭୟରେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସଂପୃକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଚାପି ଦିଆଯାଇଛି।

ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲକୁ ଏଏନ୍ଏମ୍‌ ଛାତ୍ରୀମାନେ ଟ୍ରେନିଂ ପାଇଁ ଆସିଥା’ନ୍ତି। ‌ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲର ଅଭିଯୁକ୍ତ କର୍ମଚା‌ରୀ ପ୍ରେମ ଜାଲରେ ଫସାଇ ଓୟୋ ହୋଟେଲ ନେଇ ଅସଦାଚରଣ କରିଥିଲେ। ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଛାତ୍ରୀଜଣଙ୍କ ପାଟିତୁଣ୍ଡ କରିବା ସହିତ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର